ମନ୍ତ୍ରୀଙ୍କ ଉପସ୍ଥିତରେ ବିଜେଡ଼ିର ୨ ଦୁଇ ଗୋଷ୍ଟି ମଧ୍ୟରେ ଧସ୍ତାଧସ୍ତି
ଫୁଲବାଣୀ:-୩୦/୧୦ – ଆଇନ ଓ ପଞ୍ଚାୟତ ରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଦୁଇ ଦିନିଆଁ କନ୍ଧମାଳ ଗସ୍ତରେ ତାଙ୍କୁ ସ୍ବାଗତ କାରିବାକୁ ଯାଇ ଜିଲାର ବାଲିଗୁଡା ବିଜେଡି ଦଳର ୨ ଗୋଷ୍ଟି ବ୍ଲକ ବିଜେଡି ଓ ନଗର ବିଜେଡି ମଧ୍ୟରେ ଧସ୍ତାଧସ୍ତି ଓ ଗଣ୍ଡଗୋଳ ହୋଇଥିବାବେଳେ ଏହାକୁ ନେଇ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତିଯେ ଗଣ୍ଡଗୋଳ ଓ ଦାଦାଗିରି ବନ୍ଦକର ନଚେତ ମୁଁ ଫେରିଯିବି ବୋଲି ପ୍ରତିବାଦ କରି ରୋକଠୋକ କର୍ମୀମାନଙ୍କ କହିଥିଲେ ହେଲେ ମଧ୍ୟ କେହି ଏହାକୁ ବୃକ୍ଷେପ ନକରି ନିଜ ନିଜ ଭିତରେ ପାଟିତୁଣ୍ଡ ଗଣ୍ଡଗୋଳ ଧସ୍ତାଧସ୍ତି ହୋଇଥିବା ଆଜି ସମସ୍ତଙ୍କ ନଜରକୁ ଆସିଛି।ମନ୍ତ୍ରୀ ଶ୍ରୀ ଜେନା ଗତକାଲି ଶୁକ୍ରବାର ଦାରିଙ୍ଗବାଡିର ଗସ୍ତସାରି ଆଜି ଶନିବାର ବାଲିଗୁଡା ଗସ୍ତରେ ଯାଇଥିଲେ।ଏନେଇ ନଗର ବିଜେଡି ପକ୍ଷରୁ ସ୍ୱାଗତ କରି ପାଛୋଟି ନେବାବେଳେ ବ୍ଲକ ବିଜେଡି ପକ୍ଷରୁ ସ୍ୱାଗତ କରିବାକୁ ଆସି ଏଭଳି ଅପ୍ରୀତିକର ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।ହେଲେ ମନ୍ତ୍ରୀ ଶ୍ରୀ ଜେନା କାହାକୁ ଓ କେଉଁ ଗୋଷ୍ଟି କୁ ଗଣ୍ଡଗୋଳ ଓ ଦାଦାଗିରି କରନାହିଁ ବୋଲି କହିଛନ୍ତି ସେନେଇ ଏବେ ଦେଖବାକୁ କେବଳ ବାକି ଅଛି।
