ସମସ୍ୟା ରେ ପଞ୍ଚମୁଖୀ ହନୁମାନ ମନ୍ଦିର

ଭଦ୍ରକ:= ଭଦ୍ରକ ସହର ସାଳନ୍ଦୀ ନଦୀକୂଳ ସାହାପୁର ରେ ଦୀର୍ଘ ବର୍ଷ ରୁ ପୂଜାପାଇ ଆସୁଛି ପଞ୍ଚମୁଖୀ ହନୁମାନ ଏହି ମନ୍ଦିର ସେବକ ଅମିୟ କୁମାର ଦାସ ଙ୍କ ନିଜ ଜମି ଉପରେ ହୋଇଥିବା ବେଳେ ଏହା ଏକ ଟ୍ରଷ୍ଟ ମାଧ୍ୟମ ରେ ପରିଚାଳିତ ହେଉଛି ପ୍ରତ୍ୟହ ବହୁ ଭକ୍ତ ଙ୍କ ର ଏଠାରେ ସମାଗମ ହେଉଥିବା ବେଳେ ବିଭିନ୍ନ ସମୟରେ ବିବାହ ବ୍ରତ ଭଳି ପୁଣ୍ୟ କର୍ମ ମଧ୍ଯ ହୋଇଥାଏ ତେବେ ଏହି ମନ୍ଦିର ର ପାଚେରି ଚତୁ ପାର୍ଶ୍ବ ରେ ବହୁ ଅଣ ଓଡିଆ ଲୋକେ ଘର କରି ରହିବା ସହିତ ମନ୍ଦିର ପାଚେରି କୁ ଲଗାଇ ଖୋଲା ପାଇଖାନା ତିଆରି କରି ମନ୍ଦିର ର ବାତାବରଣ ଓ ଆଧ୍ୟାତ୍ମିକ ପରିବେଶ କୁ ଦୂଷିତ କରୁଛନ୍ତି ମନ୍ଦିର ମୁଖ୍ଯ ଫାଟକ ସମ୍ମୁଖ ରେ ପୌର ପାଳିକା ପକ୍ଷରୁ ଏକ ଡଷ୍ଟ ବିନ ରଖାଯାଇଛି ଯେଉଁଥିରେ ବିଭିନ୍ନ ଅଳିଆ ସହିତ ବଳକା ମାଛ ମାଂସ ଖାଦ୍ୟ ମାଂସ କଣ୍ଟା ଆଦି ପକାଯାଉଛି ଏହା ପଚି ଦୁର୍ଗନ୍ଧ କରି ପରିବେଶ କୁ ଦୂଷିତ କରୁଛି ଏନେଇ ୨୦୦୭ ମସିହା ଠାରୁ ଭଦ୍ରକ ପୌରପାଳିକା ,ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ରାଜ୍ଯ ପରିବେଶ ପ୍ରଦୂଷଣ ବୋର୍ଡ ଏପରିକି ଡିଜି ପୁଲିସ ପର୍ଯ୍ୟନ୍ତ ଅଭିଯୋଗ କରାଯାଇଥିଲା ମଧ୍ଯ ଏହାର ସମାଧାନ ହେଉନାହି କି ଉକ୍ତ ଡଷ୍ଟ ବିନ୍ କୁ ସେଠାରୁ ଉଠାଯାଉନାହି ଉକ୍ତ ଡଷ୍ଟ ବିନ ଯୋଗୁଁ ପରିବେଶ ଦୂଷିତ ହେଇଥିବାରୁ ମନ୍ଦିର କୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଭାବା ବେଗ ଉପରେ ଆଘାତ ଆଣୁଛି ଏଥି ନିମନ୍ତେ ଆଜି ମନ୍ଦିର ଧୀରେ ଧୀରେ ଅସୁରକ୍ଷିତ ହେବାକୁ ଯାଉଛି ବୋଲି ଏହାର ମୁଖ୍ଯ ଅମିୟ କୁମାର ଦାସ ସମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିବା ସହିତ କ୍ଷୋଭ ପ୍ରକଟ କରିଛନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ଵାରା ମନ୍ଦିର ର ସୁରକ୍ଷା ପାଇଁ ପ୍ରଶାସନ କୁ ନିବେଦନ କରିଛନ୍ତି

Leave a Reply

Your email address will not be published. Required fields are marked *