ଶିଶୁମାନଙ୍କ ଭବିଷ୍ୟତ କାହା ହାତରେ
ଆଜିର ଶିଶୁ କାଲିର ଭବିଷ୍ୟତ। ଶିଶୁ ହସିଲେ ଦେଶ ହସିବ । କିନ୍ତୁ ଆଜିକାଲିର ଶିଶୁ, ବାପା ମା ଙ୍କ ଆକଟ ଅଭାବରୁ ଅବାଟକୁ ପଳାଉଛନ୍ତି। ଭଲକରି ନଜର ପକାନ୍ତୁ ଏହି କୋମଳମତି ଶିଶୁ ମାନଙ୍କ ଉପରେ। ପାଠପଢା ସହ ଖେଳିବା ବୁଲିବା ବୟସରେ ଏମାନେ ଅଳିଆ ଗୋଟାଉଛନ୍ତି,, ଅବଶ୍ୟ ପରିବାର ପ୍ରତିପୋଷଣ ପାଇଁ ଏମାନେ ଏମିତି କରୁଛନ୍ତି। କିନ୍ତୁ ଏମାନେ ଡେନଡ୍ରାଇଟ୍ ଅଠାକୁ ନିଶା ରୂପେ ଆଦରି ନେଇଛନ୍ତି। ହାତରେ ଥିବା କିଛି କପଡ଼ାରେ ଡେନଡ୍ରାଇଟ୍ ଅଠା ପକାଇ ତାହାକୁ ଶୋଷୁଛନ୍ତି। ବଡ଼କଥା ହେଉଛି ପୁରୀର କିଛି ସଚେତନ ନାଗରିକ ସେମାନଙ୍କୁ ରେଡ୍ ହ୍ୟାଣ୍ଡ ରେ ଧରିବା ପରେ ସେମାନେ କିଭଳି ନିଶା ସେବନ କରୁଛନ୍ତି ତାହା ଦେଖାଇଛନ୍ତି।ପୁରୀର ଇଣ୍ଡୋର ଷ୍ଟାଡିୟମ ନିକଟରେ ରହୁଥିବା ରାଞ୍ଚିର ଏକ ପରିବାରର ଏମାନେ ହେଉଛନ୍ତି ପିଲାମାନେ। ଏମାନେ ପ୍ଲାଷ୍ଟିକ ବୋତଲ,,ଅଳିଆ ଗୋଟାଉ ଥିବା ବେଳେ ପ୍ରଚୁର ପରିମାଣର ଡେନଡ୍ରାଇଟ୍ ଅଠାକୁ ନିଶା ରୂପେ ବ୍ୟବହାର କରି ନିଜର ଭବିଷ୍ୟତକୁ ଅନ୍ଧକାର ଆଡକୁ ଠେଲି ଦେଉଛନ୍ତି |
