କାର୍ଯ୍ୟଭାର ଗ୍ରହଣ କରିବା କାର୍ଯ୍ୟକ୍ରମ ଅନୁଷ୍ଠିତ
ସ୍ଥାନୀୟ କଟକ ସ୍ଥିତ ରାଜ୍ୟ ଆଇନଜୀବୀ ପରିଷଦ କାର୍ଯ୍ୟଳୟ ଠାରେ ନବ ନିର୍ବାଚିତ ଅଧ୍ୟକ୍ଷ ଶ୍ରୀଯୁକ୍ତ ସିତାଂଶୁ ମୋହନ ଦ୍ବିବେଦୀ ଏବଂ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରାଜୀବ କୁମାର ମହାନ୍ତି ଉଭୟେ ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଡଭୋକେଟ ଜେନେରାଲ ଶ୍ରୀଯୁକ୍ତ ଅଶୋକ କୁମାର ପରିଜାଙ୍କ ଉପସ୍ଥିତିରେ, ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ଧଳ, ଶ୍ରୀଯୁକ୍ତ ପ୍ରସନ୍ନ ପାଢ଼ୀ, ଶ୍ରୀଯୁକ୍ତ ବିଭୁ ପ୍ରସାଦ ତ୍ରୀପାଠୀ, ଶ୍ରୀଯୁକ୍ତ ମାନସ ଚାନ୍ଦ, ଶ୍ରୀଯୁକ୍ତ ଅରୂପା ଦାସ, ଶ୍ରୀ ଏଲ. ଏନ୍. ପଟେଲ, ଶ୍ରୀଯୁକ୍ତ ଧନଞ୍ଜୟ ମୁଣ୍ଡ, ଶ୍ରୀଯୁକ୍ତ ସଂଜିତ କୁମାର ପାଣିଗ୍ରାହି, ଶ୍ରୀଯୁକ୍ତ ନୃସିଂହ ନାୟକ, ଶ୍ରୀଯୁକ୍ତ ତପନ କୁମାର ବିଶ୍ଵାଳ, ଶ୍ରୀଯୁକ୍ତ ପି.ରମେଶ ପାତ୍ର, ଶ୍ରୀଯୁକ୍ତ ଅକ୍ଷୟ କୁମାର ପତି, ବହୁ ବରିଷ୍ଟ ଆଇନଜୀବୀ ସଭ୍ୟ, ସଭ୍ୟା ତଥା ବିଶିଷ୍ଟ ଆଇନଜ୍ଞ ମାନେ କାର୍ଯ୍ୟଭାର ଗ୍ରହଣ କରିଥିବା ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କୁ ପୁଷ୍ପଗୁଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରି ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଦିନରେ ନୂତନ ପଦାଧିକାରୀଙ୍କୁ ସମସ୍ତଙ୍କ ତରଫରୁ ପୂର୍ଣ୍ଣ ସହଯୋଗ ମିଳିବ ବୋଲି ବଦ୍ଧପରିକର ଅଛନ୍ତି ବୋଲି ମତବ୍ୟକ୍ତ କରିଥିଲେ |
