ପ୍ରବେଶ ଉତ୍ସବ ପାଇଁ ଅଭିଭାବକମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ପ୍ରଦାନ

ପ୍ରବେଶ ଉତ୍ସବ ପାଇଁ ଅଭିଭାବକମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ପ୍ରଦାନ ଛତ୍ରପୁର, ତା ୨୩।୦୩।୨୬ ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷା ଅଧିକାରୀ, ଗଞ୍ଜାମ, ବରିଷ୍ଠ ଅଧିକାରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ପ୍ରଥମ ପର୍ଯ୍ୟାୟରେ ଆଜି ବିଭିନ୍ନ ଶିଶୁବାଟିକାରେ ଶିଶୁମାନଙ୍କୁ ପ୍ରବେଶ କରାଇବା ପାଇଁ ଆଗ୍ରହୀ ଅଭିଭାବକମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ସେମାନଙ୍କ ଘରକୁ ଘର ଯାଇ ବଣ୍ଟନ କରିଛନ୍ତି । ବେଗୁନିଆପଡା ବ୍ଲକର ଖଣ୍ଡିଆନଈ ଓ ଅନ୍ୟାନ୍ୟ ଗ୍ରାମକୁ ଅଧିକାରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଯାଇ ଏପ୍ରିଲ ୨ ତାରିଖରେ ପାଳିତ ହେବାକୁଥିବା ପ୍ରବେଶ ଓ ଖଡିଛୁଆଁ ଉତ୍ସବ ଅବସରରେ ନିଜ ଶିଶୁମାନଙ୍କୁ ଶିଶୁବାଟିକାରେ ଭର୍ତ୍ତି କରାଇବା ପାଇଁ ନିମନ୍ତ୍ରଣ ପତ୍ର ଦେବା ପୂର୍ବକ ଅଭିଭାବକମାନଙ୍କୁ ଶିକ୍ଷାର ମହତ୍ୱ ଓ ଗୁରୁତ୍ୱ ସମ୍ପର୍କରେ ବୁଝାଇଛନ୍ତି । ରାଜ୍ୟ ସରକାରଙ୍କ ଏହି ଅଭିନବ ପ୍ରୟାସ ମାଧ୍ୟମରେ ଶିଶୁମାନଙ୍କ ଶିକ୍ଷାର ପ୍ରାରମ୍ଭିକ ସ୍ତରକୁ ସୁଦୃଢ କରିବା ସହ ଶିଶୁବାଟିକାରେ ଅଧିକରୁ ଅଧିକ ପ୍ରବେଶ କରାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି । ଏଥିପାଇଁ ବ୍ୟାପକ ଜନସଚେତନତା କାର୍ଯ୍ୟ ହାତକୁ ନିଆଯାଇଛି । ଜ଼ିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର ଙ୍କ ସହ ଜ଼ିଲ୍ଲା ଏସସି ଏସଟି ସଂଯୋଜକ ଡ଼ ସରୋଜ ମୋହନ ପାଳ, ବେଗୁନିଆପଡା ଗୋଷ୍ଠୀ ଶିକ୍ଷାଧିକାରୀ ରୁଦ୍ର ନାରାୟଣ ସାହୁ, ସ୍ଥାନୀୟ ଅଂଚଳର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ lଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗଞ୍ଜାମ

Leave a Reply

Your email address will not be published. Required fields are marked *