ପୂର୍ବତନ ପ୍ରଧାନମନ୍ତ୍ରୀ ଅଟ୍ଟଳବିହାରୀ ବାଜପେୟୀଙ୍କ ଜନ୍ମତିଥିରେ ପ୍ରତିମୂର୍ତ୍ତି ଉନ୍ମୋଚନ

ବ୍ରହ୍ମପୁର :-୨୫/୧୨( )ବ୍ରହ୍ମପୁର ମହାନଗର ରାମଲିଙ୍ଗେଶ୍ୱର ପାର୍କ ଠାରେ ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଜୀଙ୍କ ଜନ୍ମ ତିଥି ଅବସରରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ର ଶୁଭ ଉନ୍ମୋଚନ କଲେ ଭାରତୀୟ ଜନତା ପାର୍ଟି ର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ । ସମଗ୍ର ବିଶ୍ବ ରେ ରାଷ୍ଟ୍ର ରାଷ୍ଟ୍ର ମଧ୍ଯରେ ପ୍ରେମ ଓ ବନ୍ଧୁତ୍ୱ ସ୍ଥାପନ କରି ଶାନ୍ତି ପ୍ରତିଷ୍ଠା କରିବା ଅଟଳ ବିହାରୀ ବାଜପେୟୀଙ୍କ ଏକ ମାତ୍ର ଲକ୍ଷ୍ଯ ଥିଲା। ତାଙ୍କର ୧୦୦ ତମ ଜୟନ୍ତୀ ଅବସରରେ ତାଙ୍କ ଆଦର୍ଶ କୁ ସାକାର କରିବା ଏବଂ ତାଙ୍କର ସ୍ୱପ୍ନ କୁ ସାକାର କରିବା ପାଇଁ ନିଜକୁ ସମର୍ପିତ କରିବା ଏହି ନିତି ଆଦର୍ଶ ଘରେଘରେ ପୁରପଲ୍ଲୀ ,ସ୍କୁଲ କଲେଜ ଚାରି ଆଡ଼େ ବର୍ଷ ସାରା ବିଭିନ୍ନ ଢଙ୍ଗରେ ପାଳନ କରିବା ପାଇଁ ଭାରତୀୟ ଜନତା ପାର୍ଟି ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ l ଏଠାରେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ଅଟଳ ଜୀଙ୍କ ଆଦର୍ଶ କୁ ଶାକାର କରିବା ପାଇଁ ସୁଶାସନ, ଏକତା ଏବଂ ପ୍ରଗତିର ନୀତି କୁ ପ୍ରତିଫଳିତ କରିବା ଉପରେ ଆମ ଦେଶର ସାମର୍ଥ଼୳ ନିର୍ଭର କରେ ଏବଂ ଅଧିକ ପରିଶ୍ରମ କରିବାକୁ ପ୍ରେରଣା ଦିଏ ବୋଲି କହିଥିଲେ ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାରଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଉନ୍ମୋଚନ ସମାରୋହ ରେ ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ,ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନସାମନ୍ତରାୟ ,ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା,ରାଜ୍ଯ ପ୍ରବକ୍ତା ଟି ଗୋପି,ପୂର୍ବତନ ବିଧାୟକ ଶିବ ସାହାଣୀ, ରାଜ୍ୟ କାର୍ଯ୍ୟକାରିଣୀ ସଭାନେତ୍ରୀ ବବିତା ପାତ୍ର, ବରିଷ୍ଠ ବିଜେପି ନେତା ସରୋଜ ସାବତ, ବିଷ୍ନୁ ସୁବୁଦ୍ଧି, ପ୍ରଦୀପ ନାୟକ, ଗୌରୀ ସାମନ୍ତରାୟ,ମେୟର ପ୍ରାର୍ଥୀନୀ ସବିତା ସୁଆର ,ବନମାଳୀ ସେଠି, ଅମୂଲ୍ୟ ଚୌଧୁରୀ,ଅହିଂସା ସାହୁ,ପ୍ରବିର ପାତ୍ର, ପୂର୍ବତନ ବିଡିଏ ଅଧକ୍ଷ ଶରତ ପଟ୍ଟନାୟକ,ବାଳକୃଷ୍ଣ ସାମନ୍ତରାୟ,ପ୍ରଭାତ କିରଣ ଷଡଙ୍ଗୀ, ପ୍ରଭୂ ପାଢୀ, ମନିତା ଦାସ,ବିକ୍ରମ ପଣ୍ଡା ,ଶୁଭମ ସାହୁ,ବୁଡ଼ୁ ପାତ୍ର , ଗୋପାଳ ରଥ,ଚିତ୍ତ ରଞ୍ଜନ ସାହୁତଥା ଭାରତୀୟ ଜନତା ପାର୍ଟି ର ବହୁ ବରିଷ୍ଠ ସଦସ୍ୟ /ସଦସ୍ୟା ଓ ବ୍ରହ୍ମପୁର ର ଜନସାଧାରଣଯୋଗ ଦେଇ ଥିଲେ।

Leave a Reply

Your email address will not be published. Required fields are marked *