ମଁl ଗଙ୍ଗାଦେବୀ ଠାକୁରାଣୀ ନୂତନ ମନ୍ଦିର ପ୍ରତିଷ୍ଠା
ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଅଧିନସ୍ତ ଅଧିଷ୍ଟାତ୍ରୀ ଦେବୀ ମାଁ ଗଙ୍ଗାଦେବୀ ଠାକୁରାଣୀ ଙ୍କ ନୂତନ ମନ୍ଦିର , ପ୍ରତିଷ୍ଟା ଓ ଅଗ୍ନିଭୈରବୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଟା ପାଇଁ ଆଜି କଳସ ଯାତ୍ରା ଚଳଚଂଚଳ ହୋଇ ଉଠିଲାଣି ଏହା କଳସ ଯାତ୍ରା ପାଇଁ ନିକଟସ୍ଥ ପୋଖରୀରୁ ପୂଜା ପାଠ ସହ କଳସ ଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ନିକଟସ୍ଥ ପହଞ୍ଚି ଥିଲେ । ଏହା ସହ ମନ୍ଦିର କୁ ଫୁଲ ରେ ସଜା ହୋଇ ଗଲାଣି ଦିନ କ ପରେ ।ମନ୍ଦିର ର ପୁଜକ ଉମାଶଙ୍କର ଦଣ୍ଡସେନା ।

ଆସନ୍ତା ଆଜି ବା ୬ତାରିଖରୁ ସକାଳୁ କଳଶଯାତ୍ରା କରି ଅଙ୍କୁରାରୋପଣ,ମଣ୍ଡଳ କରଣ ହେବାକୁଥିବା ବେଳେ ୭ତାରିଖ ଦିନ କର୍ମାରମ୍ଭ,ଅଗ୍ନିସ୍ଥାପନ,ଗର୍ଭାଧାନ,ବନଯୋଗ ୮ତାରିଖଦିନ ରତ୍ନମୁଦ,ମହାସ୍ନାନ,ଶୟନ କାର୍ଯ୍ୟକ୍ରମ ଥିବା ବେଳେ ୯ତାରିଖ ଦିନ ପ୍ରାଣ ପ୍ରତିଷ୍ଟା ଏବଂ ୧୦ତାରିଖରେ ସିଂହାସନ ଆରୋହଣ,ପୂର୍ଣାହୁତି ଓ ପ୍ରଷାଦ ସେବନ ଅନୁଷ୍ଟିତ ହେବ।୨ଗୋଟି ମନ୍ଦିର ପ୍ରତିଷ୍ଟା ହେଉଥିବାରୁ ଅଞ୍ଚଳର ସମସ୍ତ ଭକ୍ତବୃନ୍ଦ ଙ୍କୁ ଯୋଗଦେବା ପାଇଁ ମନ୍ଦିର ପ୍ରତିଷ୍ଟା କମିଟିର ସଭାପତି ସନ୍ତୋଷ ମହାନ୍ତି ସୂଚନା ଦେଇଛନ୍ତl
କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ରିପୋର୍ଟ
