ଶିଶୁ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା ରଥ ଉଦଘାଟନ
ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଶିଶୁ ସୁରକ୍ଷା ସପ୍ତାହ ପାଳନ ଅବସରରେ ପୌଷ୍ୟ ସନ୍ତାନ ଗ୍ରହଣ ଓ ଶିଶୁ ସୁରକ୍ଷା ସଚେତନତା ରଥ ଉଦଘାଟନ କରାଯାଇଛି । ଜିଲ୍ଲାପାଳ ପାରୁଲ ପଟାୱାରୀ ଏହି ରଥକୁ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ନଭେମ୍ବର 14 ତାରିଖ ଠାରୁ 20 ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଶିଶୁ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏହି ସଚେତନତା ତଥା ସାରା ଜିଲ୍ଲା ପରିକ୍ରମା କରିବା ସହିତ ଲୋକମାନଙ୍କୁ ଶିଶୁ ସୁରକ୍ଷା ସମ୍ପର୍କରେ ସଚେତନ କରାଯିବ ବୋଲି ସୂଚନା ଦିଆଯାଇଛି ।
ଜଗତସିଂହପୁର Rita ସାହୁ reporter
