କନ୍ଧମାଳ ଜିଲ୍ଲାରେ ଶୁଭାରମ୍ଭ ହେଲା ଆୟୁଷ୍ମାନ କାର୍ଡ ।

କନ୍ଧମାଳ ତା ୧୧/୦୪/୨୦୨୫ ଫୁଲବାଣୀ ଆଜି ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଆୟୁଷ୍ମାନ କାର୍ଡ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ସମସ୍ତ ୧୨ ଗୋଟି ବ୍ଲକ ଅନ୍ତର୍ଗତ ୪୦ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୧ ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉକ୍ତ କାର୍ଯ୍ୟକ୍ରମର ସିଧା ପ୍ରାସାରଣ ସହ ଜିଲ୍ଲାରେ ମଧ୍ୟ ଏହାର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଫୁଲବାଣୀ ପ୍ରାଥମିକ ସହରାଞ୍ଚଳ କେନ୍ଦ୍ର ଅନ୍ତର୍ଗତ କାର୍ଯ୍ୟକ୍ରମ କରୋନେସନ ପଡିଆ ଠାରେ ଆୟୋଜିତ ହୋଇଥିଲା । ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ସନ୍ତୋଷ କୁମାର ପାଢି ସୂଚନା ଦେଇଥିଲେ ଯେ ଜିଲ୍ଲାରେ ମୋଟ ୩ ଲକ୍ଷ ୭ ହଜାର ୨୭୩ ଟି କାର୍ଡ ଓ ୩୬ ଲକ୍ଷ ୩୨ ହଜାର ୭୪୫ଟି କମ୍ବୋ କୀଟ୍ ହସ୍ତଗତ ହୋଇଛି । ପୂର୍ବରୁ ଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସମସ୍ତ ସଦସ୍ୟମାନଙ୍କୁ ଉକ୍ତ ନୂତନ କାର୍ଡ ପ୍ରଦାନ କରାଯିବ । ପ୍ରତ୍ୟକ ପରିବାର ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ଚିକିତ୍ସା ସୁବିଧା ଏବଂ ମହିଳାଙ୍କ ନିମନ୍ତେ ଅତ୍ୟଧିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପ୍ରଦାନ କରାଯିବ । ଉକ୍ତ ସୁବିଧା ଭାରତ ବର୍ଷର ୨୯୦୦୦ ଡାକ୍ତରଖାନାରେ ଉପଲବ୍ଧ ହେବ । ଜିଲ୍ଲା ସମସ୍ତ ମୁଖ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ପ୍ରତ୍ୟକ ବ୍ଲକର ନୋଡାଲ ଅଧିକାରୀ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି । ପ୍ରତ୍ୟକ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ପାଇଁ ଗୋଟିଏ ସ୍ୱାସ୍ଥ୍ୟ ସଚେତନତା ରଥ ନିର୍ଦିଷ୍ଟ କରାଯାଇଛି ଏବଂ ତାହା ଆଗାମୀ ସାତ ଦିନ ପାଇଁ ପ୍ରତ୍ୟକ ଗ୍ରାମ ପରିକ୍ରମା କରିବା । ଆଶାମାନେ ଜନ ସେବା କେନ୍ଦ୍ର ସଦସ୍ୟଙ୍କ ସହ ମିଶି ଘରକୁ ଘର ବୁଲି ୧୨ ତାରିଖ ଠାରୁ କାର୍ଡ ବାଣ୍ଟିବେ । ବ୍ୟସ୍ତ ବିବ୍ରତ ନ ହେବା ସହିତ ଏହି ଯୋଜନା ବିଷୟରେ ସବିଶେଷ ବିବରଣୀ ଜାଣିବା ପାଇଁ ଜିଲ୍ଲା ସଂଯୋଜନା ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା, ପୌର ପରିଷଦ, ଫୁଲବାଣୀ ପାୟଲ ବେହେରା, ଅଧ୍ୟକ୍ଷା, ପଞ୍ଚାୟତ ସମିତି, ଫୁଲବାଣୀ ଶ୍ରୀମତୀ ସସ୍ମିତା କହଁର, ଜିଲ୍ଲା ପରିଷଦ ସଦସ୍ୟା, ଫୁଲବାଣୀ ଶ୍ରୀମତୀ ଚନ୍ଦ୍ରମା ମଲ୍ଲିକ, ମାନ୍ୟବର ସାଂସଦ ପ୍ରତିନିଧି ଶ୍ରୀ ଜଗନ୍ନାଥ ସାହୁ, ମାନ୍ୟବର ସାଂସଦ ପ୍ରତିନିଧି ଶ୍ରୀ ଅନିଲ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଫୁଲବାଣୀ ଶ୍ରୀ ସୌମ୍ୟରଞ୍ଜନ ପାତ୍ର, ମାନ୍ୟବର ବିଧାୟକ ପ୍ରତିନିଧି ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି , ମାନ୍ୟବର ସାଂସଦ ପ୍ରତିନିଧି ଶ୍ରୀ ଚନ୍ଦ୍ରଶେଖର ପଣ୍ଡା, ମେଡ଼ିକାଲ ଅପିସର ଡାକ୍ତର ମନୀଷା ମଲ୍ଲିକ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ , ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *