ବାନାମ୍ବର ପାଠାଗାରର ପ୍ରତିଷ୍ଠା ଦିବସ ପାଳିତ
।ପୁରୀ – ୧୭/୧୨- ପୁରୀ ସହରର ଉପର ମାଳିସାହି ଠାରେ ବାନାମ୍ବର ପାଠାଗାର ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ପ୍ରମୋଦ କୁମାର ପଣ୍ଡା, ଅନ୍ୟତମ ଅତିଥି ଭାବେ ବିଶିଷ୍ଟ କବି ବିପିନ ଦଳାଇ ଯୋଗ ଦେଇଥିଲେ । ପାଠାଗାରର ପୃଷ୍ଠପୋଷକ ଜ୍ୟୋତିଷ ସମ୍ରାଟ ଡଃ ମିନକେତନ ପଟ୍ଟଯୋଶୀ ପାଠାଗାର ପ୍ରତିଷ୍ଠାର ଉଦ୍ଦେଶ୍ୟ ସମ୍ପର୍କରେ ବିଶଦ ବିବରଣୀ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ପ୍ରଫେସର ପଣ୍ଡା ପାଠାଗାରଟି ନୂତନ ପାଠକ ତିଆରି କରିବାରେ ସହାୟକ ହେବା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଶ୍ରୀ ଦଳାଇ ଆଜିର ଯୁଗରେ ମଣିଷ ବହି ଠାରୁ ଦୂରେଇ ଯାଉଥିବା ବେଳେ ଶ୍ରୀ ପଟ୍ଟଯୋଶୀଙ୍କର ଏଭଳି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ପ୍ରତିଷ୍ଠା ଉତ୍ସବରେ ଅଧ୍ୟାପିକା ସୁଚିଶ୍ମିତା ମହାନ୍ତି , ରଜନୀକାନ୍ତ ପରିଡା ସହ ସାହିର ଶତାଧିକ ଲୋକ ଯୋଗଦେଇଥିଲେ ।
