ତପୋବନ ବାଳିକା ବିଦ୍ୟାଳୟ ଠାରେ ଭେସୁଭିଅସ୍‌ କମ୍ପାନୀ ତରଫରୁ ବାୟୋ ଶୌଚାଳୟ ଉଦଘାଟିତ

**ଏକ ଅଗ୍ରଣୀ ଶିଳ୍ପାନୁଷ୍ଠାନିକ ରିଫ୍ରାକ୍ଟୋରୀ ସଂସ୍ଥା ଭେସୁଭିଅସ୍‌ ର ସି.ଏସ.ଆର ବିଭାଗ ତରଫରୁ ଆଜି କଳିଙ୍ଗ ନଗର, ଦାନଗଦି ବ୍ଲକ, ଅନ୍ତର୍ଗତ ରାମ୍ପିଲୋ ତପୋବନ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ଛାତ୍ରୀ ମାନଙ୍କ ସୁବିଧା ପାଇଁ ନିର୍ମିତ୍ତ ହୋଇଥିବା ଏକ ବାୟୋ ଟଏଲେଟ୍ ଉଦଘାଟିତ ହୋଇଯାଇଅଛି l ଅତିଥି ଭାବେ ଟାଟା ଷ୍ଟିଲ ସୁରକ୍ଷା ଓ ନିରାପତ୍ତା ର ମୁଖ୍ୟ ମାନସ ରଞ୍ଜନ ସାହୁ ଯୋଗ ଦେଇ ଅନୁଷ୍ଠାନିକ ଭାବେ ପିତା କାଟି ଉଦଘାଟନ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବି ନାରାୟଣ ବେହେରା ଙ୍କ ସହଯୋଗ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଏହି ଭେସୁଭିଅସ୍‌ ଶାଖା ସଂସ୍ଥାର ସି.ଏସ.ଆର ମୁଖ୍ୟ ରାଜଶ୍ରୀ ଦାସ, ସହଯୋଗୀ ଅମିତ ଲାଲ, ଅରୂପ ମଇତି,ଅଙ୍କିତା ବାନାର୍ଜୀ, ବିକ୍ରମ ସିଂ, ରୋହିତ ଭାଙ୍ଗେ, ପ୍ରମୁଖ ଯୋଗ ଦେଇ ପିଲାମାନଙ୍କ ପାଠ ପଢା ସହିତ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l ଏଥି ସହିତ ଛାତ୍ରୀ ମାନଙ୍କୁ କମ୍ପାନୀ ତରଫରୁ ହାଇଜିନିକ କୀଟ୍ ମଧ୍ୟ ପ୍ରଦାନ କରାଯାଇଥିଲା l ସାରା ଭାରତ ବର୍ଷ ର ବିଭିନ୍ନ ସ୍ଥାନ ରେ ଏଭଳି ଏକ ସହଭାଗୀ ଶିଳ୍ପ ସଂସ୍ଥା ର ଉର୍ନତି ମୂଳକ କାର୍ଯ୍ୟ ପାଇଁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ ତରଫରୁ ଧନ୍ୟବାଦ ଦେଇଥିଲେ l

ଯାଜପୁର କଳିଙ୍ଗନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *