ରକ୍ତଦାନଶିବିର ଅନୁଷ୍ଠିତ

ଅକ୍ଟୋବର୧ତାରିଖ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଉପଲକ୍ଷେ ଖୋର୍ଦ୍ଧାଜିଲା ବେଗୁନିଆବ୍ଲକର ବୋତଳମା ଗ୍ରାମପଞ୍ଚାୟତଅନ୍ତର୍ଗତ ଛତ୍ରପଡା କଳିଙ୍ଗକ୍ଲବପରିସରରେ କ୍ଲବର ସଭାପତି ତଥା୨୪ନମ୍ବରଜିଲାପରିଷଦଜୋନରବିଜେପିସଭାପତି ଶ୍ରୀସୁନିଲ ସୁନ୍ଦରାୟଙ୍କ ପ୍ରତ୍ୟେକ୍ଷତତ୍ଵାବଧାନରେ ଏକ ସ୍ଵେଛାକୃତ ରକ୍ତଦାନଶିବିରଅନୁଷ୍ଠିତ ହୋଇଯାଇଛି ।ଏଥିରେ୧୯ଜଣ ରକ୍ତଦାତା ସ୍ବେଛାକୃତରକ୍ତଦାନ କରିଥିଲେ ।ସମୁଦାୟ୧୯ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଖୋର୍ଦ୍ଧାଜିଲା ମୂଖ୍ୟଚିକିତ୍ସାଳୟ ରକ୍ତଭଣ୍ଡାର ଡାକ୍ତରସୌରଭ ଏସ.ରାୟ,ନର୍ସିଂଅଫିସରଝାନସୀରାଣୀ ପାତ୍ର ଓ ଲାବୋରଟାରୀଟେକନସିଆନଅରୁଣକୁମାର ସାହୁ ଉପସ୍ଥିତରହିରକ୍ତ ସଂଗ୍ରହ କରିଥିଲେ ।ଏହିରକ୍ତଦାନଶିବିରକୁ ବେଗୁନିଆନିର୍ବାଚନମଣ୍ଡଳୀର ବିଜେପିବିଧାନସଭାପ୍ରାର୍ଥି ଶ୍ରୀପ୍ରକାଶଚନ୍ଦ୍ରବିଜୁଳି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଏଥିରେବିଜେପିର ରାଜ୍ୟସାଧାରଣସଂପାଦକ ଯତିନ ମହାନ୍ତି,ବରିଷ୍ଠବିଜେପିକର୍ମୀ ହଜାରୀବନ୍ଧୁବେହେରା,ବିଦ୍ୟାଧର ରାଉତରାୟ,ଯଜ୍ଞେଶ୍ବର ସୁନ୍ଦରାୟ,ଶିଶିର ମଙ୍ଗରାଜ,ରମେଶଚନ୍ଦ୍ର ବଳିୟାରସିଂହ ସମେତ ବେଗୁନିଆ ଓବୋଲଗଡବ୍ଲକର ବହୁ ବିଜେପିକର୍ମୀ,ସାମ୍ବାଦିକ ଭାଗିରଥି ଦଳସିଂହରାୟ,ପ୍ରମୋଦକୁମାର ମହାପାତ୍ର ଓତ୍ରିଲୋଚନ ବାଘସିଂହ ପ୍ରମୂଖଉପସ୍ଥିତରହି ରକ୍ତଦାତାଙ୍କୁଉତ୍ସାହିତ କରିଥିଲେ ।ରକ୍ତଦାତାମାନେହେଲେଶୁଭେନ୍ଦୁ ମତଗଜସିଂହ,ମନୋଜ ମହାପାତ୍ର,ସନ୍ତୋଷକୁମାରବେହେରା,ସୁଷାନ୍ତକୁମାର ସାମନ୍ତସିଂହାର,ଲଲାଟକୁମାର ମାର୍ଥା,କାହ୍ନାଚରଣ ମିଶ୍ର,ମନୋରଂଜନ ରଣସିଂହ,ସୁନିଲ ସୁନ୍ଦରାୟ,ପ୍ରତାପ ଚମ୍ପତିରାୟ,ସାଧୁଚରଣ ବେହେରା,ଧିରେନମହାପାତ୍ର,କିଶୋରଚନ୍ଦ୍ର ଚମ୍ପତିରାୟ,ସୁମନ୍ତକୁମାର ପରିଡା,ପ୍ରଦୀପକୁମାର ମଲିକ,ସୁରେଶକୁମାର ପ୍ରଧାନ,କୃତିବାସଜୟସିଂହ,ନରେନ୍ଦ୍ର ଦଳେଇ,ମିଥୁନପାଇକରାୟ ଓ ସୁଦର୍ଶନ ଜେନା ।ଶେଷରେ କଳିଙ୍ଗକ୍ଲବ ପରିସରରେଉପସ୍ଥିତ ଅତିଥିଙ୍କଦ୍ବାରା ବୃକ୍ଷରୋପଣ କରାଯାଇଥିଲା ।ସମସ୍ତ କାର୍ଯ୍ୟକ୍ରମକୁ କ୍ଲବର ସମସ୍ତସଦସ୍ୟ ପରିଚାଳନା କରିଥିବାବେଳେ ଏଥିରେ ଛତ୍ରପଡାଗ୍ରାମବାସୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *