ମା ଚର୍ଚ୍ଚିକା ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
ଜଗତସିଂହପୁର ଖେରସ ସ୍ଥିତ ଗ୍ରାମଦେବତୀ ମା ଚର୍ଚ୍ଚିକା ଠାକୁରାଣୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚର୍ଚ୍ଚିକା ଉନ୍ନୟନ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଞ୍ଚ ଦିନ ଧରି ଆରମ୍ଭ ହୋଇ ଥିବାବେଳେ ଆଜି ଶ୍ରୀପଞ୍ଚମୀ ରେ ଯଜ୍ଞ ର ପୂର୍ଣାହୁତି କରାଯାଇଛି । ଏହି ପାଞ୍ଚ ଦିନ କାର୍ଯ୍ୟକ୍ରମ ରେ ପ୍ରତ୍ୟେହ ପ୍ରାତଃ ବେଦପାଠ, ସୂର୍ଯ୍ୟ ପୂଜା, ଗୋପୂଜା, ଚଣ୍ଡୀ ପାଠ ଆଦି କରାଯିବା ସହିତ ମନ୍ଦିର ର ଚତୁର୍ପାଶ୍ୱ ଦେବାଦେବୀ ଙ୍କ ବିଗ୍ରହ ପୂଜା ଓ ମନ୍ଦିର ପ୍ରତିଷ୍ଠା କରାଯାଇଥିବା ମନ୍ଦିର କମିଟି ପକ୍ଷରୁ କୁହାଯାଇଛି ।
ଜଗତସିଂହପୁର ରୁ ରୀତା ସାହୁ
