ଭୁବନେଶ୍ଵର ସ୍ଥିତ ବଡ଼ବଡ଼ ବ୍ରିଟ୍ କଲୋନୀ ରେ ଗ୍ରାହକ ମାର୍ଗଦର୍ଶନ ସେବା କେନ୍ଦ୍ର ଉଦଘାଟି

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓ ସାଇ ଶକ୍ତି ମହିଳା ସମିତି ସହଯୋଗ ରେ ଭୁବନେଶ୍ଵର ସ୍ଥିତ ବଡ଼ବଡ଼ ବ୍ରିଟ୍ କଲୋନୀ ରେ ଗ୍ରାହକ ମାର୍ଗଦର୍ଶନ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ଭୁବନେଶ୍ଵର ମହାନଗର ର ସଭାପତି ଅଜୟ କୁମାର ଚୌଧୁରୀ, ଉପସଭାପତି ପ୍ରିୟଦର୍ଶୀ ବରାଳ, ସମ୍ପାଦକ ଉଜ୍ଜ୍ବଳ କୁମାର ପଣ୍ଡା, ମହିଳା ପ୍ରମୂଖ ସସ୍ମିତା ମଙ୍ଗରାଜ ଓ ଅନେକ ଅଞ୍ଚଳରେ ଥିବା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ପ୍ରମୂଖ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଅନେକ ସାଧାରଣ ନାଗରିକ ମଧ୍ୟ ସାମିଲି ହୋଇଥିଲେ । ଏହି ମାର୍ଗଦର୍ଶନ ସେବା କେନ୍ଦ୍ର ବର୍ତ୍ତମାନ ସପ୍ତାହ ରେ ୨ ଦିନ ସୋମବାର ଓ ଶୁକ୍ରବାର ସନ୍ଧ୍ୟା ୫ ଟା ରୁ ୭ ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହି କେନ୍ଦ୍ର ରେ ଯେ କୌଣସି ଗ୍ରାହକ ସମ୍ଵନ୍ଧୀୟ ସମସ୍ୟା ର ସରଳ ସମାଧାନ ପାଇଁ ପରାମର୍ଶ ନିଶୁଳ୍କ ପ୍ରଦାନ କରାଯିବ ବୋଲି ସଂଗଠନ ର ସମ୍ପାଦକ ଉଜ୍ଜ୍ବଳ କୁମାର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି। ଏଠାରେ ଉପସ୍ଥିତ ଥିବା ସାଧାରଣ ନାଗରିକ ମାନେ ଏହାକୁ ସ୍ଵାଗତ କରିବା ସହିତ ଲୋକମାନଙ୍କ ପାଇଁ ନିଶୁଳ୍କ ସେବା କୁ ପ୍ରସଂଶା କରିଛନ୍ତି। ଏଭଳି ଭୁବନେଶ୍ଵର ରେ ଅନ୍ୟ ସ୍ଥାନ ରେ ମଧ୍ୟ ମାର୍ଗଦର୍ଶନ ସେବା କେନ୍ଦ୍ର ଖୋଲାଯିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସଂଗଠନ ର ସମ୍ପାଦକ ସୂଚନା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *