ରଘୁନାଥପୁର ବ୍ଲକ ଚାନ୍ଦପୁର ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
*ଉନ୍ମୋଚନ କଲେ ଡ଼ଃ ଅଚ୍ୟୁତ ସାମନ୍ତଆଙ୍କର- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ପ୍ରେସ କ୍ଳବ କାର୍ଯ୍ୟାଳୟ ପରିସରରେ ପୂର୍ବତନ ଲୋକସଭା ସାଂସଦ ଡଃ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହି ଉତ୍ସବରେ ଆଗାମୀ ଓଡ଼ିଶା ପ୍ରତିଷ୍ଠାତା ବିଜୟ ସ୍ବାଇଁ ପୌରହିତ କରି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଉତ୍ସବ ଘରେ ଘରେ ପାଳନ ହେବ ଉଚିତ ଏବଂ ସତ୍ୟ ଓ ଅହିଂସା ଗାନ୍ଧୀବାଦ ମୂଳମନ୍ତ୍ର ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ପ୍ରେସକ୍ଳବ ର ମମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
