ବାଲିକୁଦିଆ ପ୍ରାଥମିକ ବିଦ୍ୟାଳୟ ରେ ଫାଟକ ଉନ୍ମୋଚନ
ବାଲିକୁଦିଆ ପ୍ରାଥମିକ ବିଦ୍ୟାଳୟ ରେ ଫାଟକ ଉନ୍ମୋଚନ, ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ପୁରସ୍କାର ବିତରଣ ଉତ୍ସବଯାଜପୁର ଜିଲ୍ଳା ଅନ୍ତର୍ଗତ ଧର୍ମଶାଳା ବ୍ଳକ ର ପୁରାତନ ବିଦ୍ୟାଳୟ ବାଲିକୁଦିଆ ପ୍ରାଥମିକ ବିଦ୍ୟାଳୟ ରେ ପଞ୍ଚସ୍ତରୀ ତମ ସାଧାରଣତନ୍ତ୍ର ପାଳନ ଅବସରରେ ନବନିର୍ମିତ ବିଦ୍ୟାଳୟ ଫାଟକ ଉନ୍ମୋଚନ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ୍ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମଲ୍ଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ନିକୁଞ୍ଜ ବିହାରୀ ମହାନ୍ତି ଉପସ୍ଥିତ ହୋଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା ପରିଷଦ ଓ ମୋ ସ୍କୁଲ୍ ଅଭିଯାନ କାର୍ଯ୍ୟକ୍ରମ କୁ ପାଥେୟ କରି ଅନ୍ୟ ବିଦ୍ୟାଳୟ ଗୁଡିକ ଏହାକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଥିଲେ।

ଛାତ୍ର ଛାତ୍ରୀ ମାନଙ୍କ ସୁପ୍ତ ପ୍ରତିଭା ଜାଗ୍ରତ ହୋଇଥିବା ର ଦେଖି କାର୍ଯ୍ୟକ୍ରମ ର ସମ୍ମାନିତ ଅତିଥି ତଥା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ମମିତା ମହାନ୍ତି ଓ ପଦ୍ମନାଭ ସେଠୀ ବହୁତ ଖୁସିପ୍ରକାଶ କରିଥିଲେ ଓ ମୋ ସ୍କୁଲ ଅଭିଯାନ ର କାର୍ଯ୍ୟକ୍ରମ ର ରୂପ ରେଖା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଛାତ୍ର ଛାତ୍ରୀ ମାନେ ମଣିଷ ପରି ମଣିଷ ହେବା ପାଇଁ ସ୍ବପ୍ନ ଦେଖିବା ପାଇଁ ପରାମର୍ଶ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ସ୍ବପ୍ନ କୁ ସାକାର କରିବା ଉଭୟ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅନୁରୋଧ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ତଥା ମୋସ୍କୁଲ ଅଭିଯାନ ସଭାପତି ସନ୍ତୋଷ କୁମାର ଲେଙ୍କା, ପ୍ରାକ୍ତନ୍ ଶିକ୍ଷକ ଲଛମନ ବାରିକ ଉଦ୍ ବୋଧନ ଦେଇଥିଲେ। ପୁରାତନ ଛାତ୍ର ଅଶୋକ କୁମାର ସିଂ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ବିଜୟ ଲକ୍ଷ୍ମୀ ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ ଓ ଶିକ୍ଷୟିତ୍ରୀ ନନ୍ଦିନୀ ପ୍ରିୟଦର୍ଶିନୀ ସାହୁ ସକ୍ରୀୟ ସହଯୋଗ କରିଥିଲେ। ଦୈନିକ ସମାଜ ତରଫରୁ ପ୍ରଦାନ କରାଯାଇଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ୍ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା ଓ ମୋ ସ୍କୁଲ୍ ଅଭିଯାନ ତରଫରୁ ନିର୍ମିତ ଫାଟକ କୁ ବରେଣ୍ୟ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ଦିଆଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ର ଛାତ୍ରୀ, ଅଭିଭାବକ, ପରିଚାଳନା ପରିଷଦ, ଅଞ୍ଚଳ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଉପସ୍ଥିତ ହୋଇ ଉପଭୋଗ କରୁଥିଲେ।
