କୃଷ୍ନାନନ୍ଦପୁର ଆଖୁନ ମହଲା ସଭାଗୃହ ଉଦଘାଟନ

ଜଗତସିଂହପୁର ତିର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ କୃଷ୍ଣାନନ୍ଦପୁର ଆଖୁନ ମହଲା ସଭାଗୃହକୁ ଉଦଘାଟନ କରିଥିଲେ. ବିଧାୟକ ଡ଼ଃ. ଭୋଇଙ୍କ ସହିତ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ଜ଼ିଲ୍ଲାପରିଷଦ ରଂଜିତା ସିଂହ, ସରପଞ୍ଚ ନମିତା ଖଟୁଆ, ସମିତି ସଭ୍ୟ ସୁବାଷ ବେହେରା, ସମାଜସେବୀ ହାଜି ଶେଖ କଲ୍ଲୀମୁଲ୍ଲା, ଅଜୟ ଖଟୁଆଙ୍କ ସମେତ ବହୁ ଯୁବକ ଓ ମୁରବିମାନେ ପ୍ରମୁଖ ଉପସ୍ଥିତ ରହିଥିଲେ. ଏହି ସଭାଗୃହଟି ହେବାଦ୍ବାରା ବସ୍ତିର ସମସ୍ତ ବୈଠକ ଓ ସଭା ସମିତି କରିବାପାଇଁ ସୁବିଧା ହେଵବୋଲି ବିଧାୟକ ଡ଼ଃ. ଭୋଇ କହିଥିଲେ. ବିଧାୟକ ଡ଼ଃ. ଭୋଇ କୃଷ୍ଣାନନ୍ଦପୁର ଆଖୁନ ମହଲା ଜଳ ମଗ୍ନରେ ରହିଥିବା ବସ୍ତି ବୁଲି ଦେଖିଥିଲେ. ବର୍ଷା ହେଲେ ଏଠି ଆଣ୍ଠୁଏ ପାଣି ଜମି ରହିଥାଏ ଯାହାଦ୍ୱାରା ବସ୍ତି ବାସିନ୍ଦା ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି. ବିଧାୟକ ଡ଼ଃ. ଭୋଇ ପରିଦର୍ଶନ କରିବାସହିତ ଏ ସମ୍ପର୍କରେ ବ୍ଲକ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ଡ୍ରେନଜର ସୁବିଧା କରିବାପାଇଁ କହିଥିଲେ. ଏହା ସହିତ ମେଡିକାଲ ପରିଦର୍ଶନ କରି ସମସ୍ୟା ଉପରେ ଗୁରୁତ୍ୱାରୋପ କରିଥିଲେ.

Leave a Reply

Your email address will not be published. Required fields are marked *