ସୋରଡ଼ା ବ୍ଲକ ର ବିଭିନ୍ନ ସ୍ଥାନରେ ମଣ୍ଡି ଉଦ୍ଘାଟନ

ସୋରଡ଼ା ବ୍ଲକ ର ବିଭିନ୍ନ ସ୍ଥାନରେ ମଣ୍ଡି ଉଦ୍ଘାଟନ କଲେ ବିଧାୟକ ସୋରଡ଼ା()ଗଞ୍ଜାମ ସୋରଡ଼ା ବ୍ଲକ ରେ ଚଳିତ ବର୍ଷର ଖରିଫ ଧାନ କ୍ରୟ ପାଇଁ ସରକାରଙ୍କ ଧାନ ମଣ୍ଡି ଆଜିଠାରୁ ସୋରଡ଼ା ବ୍ଲକରେ ଶୁଭାରମ୍ଭ କରାଯାଇଛି।ବ୍ଲକର ବିଭିନ୍ନ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ ଓ ସମବାୟ ସମ୍ପାଦକ ଆଦିଙ୍କ ଦ୍ଵାରା ଆଜି ଠାରୁ ସରକାରୀ ଧାନ କ୍ରୟ ବ୍ୟବସ୍ଥା ସୁଭରମ୍ବ କରାଯାଇଛି।ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉର୍ଣ୍ଣାୟନ ଅଧିକାରୀ ବିଜୟ କୁମାର ପ୍ରଧାନ,ତହସିଲଦାର ଆକାଶ ରଂଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜନ କରିଥିବା ବେଳେ ବ୍ଲକର ବଡ଼ବଦାଙ୍ଗୀ ଓ ହିଞ୍ଜଳକୁଦ। ବଡଗଡ଼ ଆଦି ସହିତ ପାଲକାଟୁ ଠାରେ ବିଧାୟକ ନୀଳମଣି ବିଷୋୟୀ, ଆସ୍କା ସମବାୟ ବ୍ୟାଙ୍କ ସୋରଡ଼ା ଶାଖା ପରିଚାଳକ ଓ ସମ୍ପାଦକଗଣ ରହି ଉଦ୍ଘାଟନ କରିଥିବା ବେଳେ l ନୂଆଗଡ ପଞ୍ଚାୟତରେ ସାଂସଦ ପ୍ରତିନିଧି ବା ଓଡ଼ିଶାର ବିଶିଷ୍ଟ ବ୍ୟବସାୟୀ ଶ୍ରୀଯୁକ୍ତ ବସନ୍ତ କୁମାର ବିଷୋୟୀ ତାଙ୍କ କର କମଳରେ ଉଦ୍ଘାଟନ କରାଯାଇଥିଲା l କିଛି ଚାଷୀଙ୍କ ଠାରୁ ଚଳିତ ବର୍ଷର ଧାନ କ୍ରୟ ଶୁଭାରମ୍ଭ କରିଥିଲେ। ଚଳିତ ବର୍ଷ ଏହି ଭଳି ମଣ୍ଡି ଖୋଲାଯିବା ଦେଖି ଲୋକଙ୍କ ମନରେ ଖୁସିର ଲହରୀ ଖେଇଯାଇଛି l

Leave a Reply

Your email address will not be published. Required fields are marked *