ଗୁଣ୍ଡୁରିବାରିରେ ଶନିଶ୍ଚର ଦେବଙ୍କ ନୂତନ ମନ୍ଦିର
ଗୁଣ୍ଡୁରିବାରିରେ ଶନିଶ୍ଚର ଦେବଙ୍କ ନୂତନ ମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଗଣିଆ ବ୍ଳକ କରଡାପଡା ପଞ୍ଚାୟତ ଗୁଣ୍ଡୁରିବାରି ଗ୍ରାମରେ ଶନିଶ୍ଚର ଦେବଙ୍କ ନୂତନ ମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ୨୦ ତାରିଖରେ ଅଧିବାସ, ଅଙ୍କୁରାରୋପଣ, ଗର୍ଭାଧାନ, କଳସଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ୨୧ ତାରିଖରେ, ସୂର୍ଯ୍ୟପୂଜା, ମନ୍ଦିର ନ୍ୟାସ, ମନ୍ଦିର ପ୍ରବେଶ ଏବଂ ପୂର୍ଣ୍ଣାହୁତିକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ଠାରୁ ୭ କିଲୋମିଟର ଦୂରରେ ଥିବା ମହାନଦୀରୁ ୧୦୮ କଳସୀରେ ଜଳ ଆଣି ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ମନ୍ଦିରରେ ପହଞ୍ଚିଥିଲେ । ହରିବୋଲ ହୁଳହୁଳି ମଧ୍ୟରେ ଠାକୁରଙ୍କ ରୀତିନୀତି ପୂଜାର୍ଚ୍ଚନା ପରେ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମବାସୀଙ୍କ ସହଯୋଗରେ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ମହିଳା ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଦିନ ତମାମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କରଡାପଡା ସରପଞ୍ଚ ପ୍ରମୋଦିନୀ ସାହୁ, ସମିତି ସଭ୍ୟା ଗୀତା ରାଣୀ ରାଉତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
