ନୂଆଗଡ ପଞ୍ଚାୟତ ରେ ଧାନ କ୍ରୟ କେନ୍ଦ୍ର ବା ମଣ୍ଡି ଉଦ୍ଘାଟନ

ନୂଆଗଡ ପଞ୍ଚାୟତ ରେ ଧାନ କ୍ରୟ କେନ୍ଦ୍ର ବା ମଣ୍ଡି ଉଦ୍ଘାଟନ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ବସନ୍ତ ବିଷୋୟୀ ଗଞ୍ଜାମ ସୋରଡ଼ା ବ୍ଲକ ରେ ଚଳିତ ବର୍ଷର ଖରିଫ ଧାନ କ୍ରୟ ପାଇଁ ସରକାରଙ୍କ ଧାନ ମଣ୍ଡି ଆଜିଠାରୁ ସୋରଡ଼ା ବ୍ଲକରେ ଶୁଭାରମ୍ଭ କରାଯାଇଛି।ବ୍ଲକର ବିଭିନ୍ନ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ଆଜି ଠାରୁ ସରକାରୀ ଧାନ କ୍ରୟ ବ୍ୟବସ୍ଥା ଶୁଭାରମ୍ଭ କରାଯାଇଥିବା ବେଳେ ନୂଆଗଡ ପଞ୍ଚାୟତରେ ସାଂସଦ ପ୍ରତିନିଧି ବା ଓଡ଼ିଶାର ବିଶିଷ୍ଟ ବ୍ୟବସାୟୀ ଶ୍ରୀଯୁକ୍ତ ବସନ୍ତ କୁମାର ବିଷୋୟୀ ତାଙ୍କ କର କମଳରେ ଧାନମଣ୍ଡି ଉଦ୍ଘାଟନ କରାଯାଇଥିଲା l ସରକାର ଚାଷୀ ମାନଙ୍କୁ ଦେଇଥିବା କଥା ରଖି ଚାଷୀଙ୍କ ମାନରଖି ମଣ୍ଡିରେ ଧାନ ର ମୂଲ୍ୟ ବୃଦ୍ଧି କରାଯାଇଥିବା ଓ ଚଳିତ ବର୍ଷା ଯୋଗୁଁ ଚାଷୀମାନଙ୍କ କ୍ଷୟ କ୍ଷତି ହୋଇଥିବା ଫସଲ କ୍ଷତିପୂରଣ ସରକାର ଦେବେ ବୋଲି ସେ ଚାଷୀମାନଙ୍କ ଜଣାଇ ଥିଲେ l ଏହା ସେମାନେ କିଭଳି ପାଇବେ ସେ ବିଷୟରେ ଚାଷୀମାନଙ୍କୁ ଅବଗତ କରାଇ ଥିଲେ ଓ ମଣ୍ଡିରେ ସମସ୍ତ ପ୍ରକାର ଧାନ ସରକାରଙ୍କ ନିର୍ଦ୍ଦେଶ କ୍ରମେ କ୍ରୟ କରାଯିବ ବୋଲି ସେ ପ୍ରକାଶ କରିଥିଲେକିଛି l ଚାଷୀଙ୍କ ଠାରୁ ଚଳିତ ବର୍ଷର ଧାନ କ୍ରୟ ଶୁଭାରମ୍ଭ କରିଥିଲେ। ଚଳିତ ବର୍ଷ ଏହି ଭଳି ମଣ୍ଡି ଖୋଲାଯିବା ଦେଖି ଲୋକଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି l

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *