ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ଆକାଶ
ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ଆକାଶ
କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ରସୁଲପୁର ବ୍ଲକ୍ ଅନ୍ତର୍ଗତ ପହଙ୍ଗା ଗ୍ରାମପଂଚାୟତ ଯୋକଡିଆ ଛକଠାରେ ଜଳସଂପଦ ବିଭାଗ ଦ୍ୱାରା ଯୋକଡିଆ ଠାରୁ ପହଙ୍ଗା ପର୍ଯ୍ୟନ୍ତ ୩ କି.ମି. ନଦୀବନ୍ଧର ଉନ୍ନତିକରଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି l ଯୋକଡିଆ ଛକ ଠାରେ ଶହ ଶହ କର୍ମୀ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ଶେଷ ପରେ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ବିଧାୟକଙ୍କୁ ପହଙ୍ଗା ଛକ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ପହଙ୍ଗା ଗ୍ରାମରେ ପୂର୍ତ ବିଭାଗ ଦ୍ୱାରା ପହଙ୍ଗା ପ୍ରାଥମିକ କୃଷି ସମବାୟ ସମିତି ମଣ୍ଡି ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ ।
ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
