ବିଶ୍ୱର କଲ୍ୟାଣ ପାଇଁ ମା ବାସେଳୀଙ୍କ ପୀଠରେ ଦଶ ମହାବିଦ୍ୟା ପ୍ରତିଷ୍ଠା ମହୋତ୍ସବ
ପୁରୀ : ମା ବାସେଳୀଙ୍କ ପୀଠରେ ଦଶ ମହାବିଦ୍ୟା ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହେବ l ଏହା ଆସନ୍ତା 28 ତାରିଖ ଶୁକ୍ରବାର ଠାରୁ ମାର୍ଚ୍ଚ 3ତାରିଖ ସୋମବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଏନେଇ ଆଜି ବିଷ୍ଣୁ ଭବନ ପରିସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମଙ୍କୁ ସୂଚନା ଦିଆଯାଇଥିଲା ଯେ ମା ବାସେଳୀଙ୍କ ପୀଠରେ ଅନୁଷ୍ଠିତ ଦଶ ମହାବିଦ୍ୟା ପ୍ରତିଷ୍ଠା ମହୋତ୍ସବ ଜଗତର କଲ୍ୟାଣ ପାଇଁ ଉଦିଷ୍ଟ l ଷୋଳ ପୂଜା ବା ଶାରଦୀୟ ପୂଜାରେ ବା ନବାଦିନାତ୍ମକ ପୂଜାରେ ପ୍ରଥମ ଦଶ ମହାବିଦ୍ୟା ପୂଜାର ଆବଶ୍ୟକତା ରହିଛି l ଭକ୍ତମାନେ ବିଭିନ୍ନ ଦେବଦେବୀ ମନ୍ଦିରରେ ନିଜର କଲ୍ୟାଣ ସହିତ ଜଗତର କଲ୍ୟାଣ ପାଇଁ ଦେବୀ ମାନଙ୍କୁ ଆବାହନ କରନ୍ତି l ଏହି ବାସେଳୀ ପୀଠ ଶ୍ରୀମନ୍ଦିର ପରି ବହୁ ପୁରାତନ ପୀଠ ଭାବେ ପରିଚିତ l ଦଶମହାବିଦ୍ୟା ପ୍ରତିଷ୍ଠା ମହୋତ୍ସବ 28ତାରିଖ ଦିନ ମଣ୍ଡଳଧିବାସ, ଅଙ୍କୁରାର୍ପଣ ଓ ଗର୍ଭାଧାନ, 1ତାରିଖରେ ପ୍ରାତଃ ସମୟରେ ଜଳଯାତ୍ରା, ସୂର୍ଯ୍ୟପୂଜା, ଯଂଜ୍ଞ ଆରମ୍ଭ ଓ ବିଗ୍ରହମାନଙ୍କ ସ୍ନାନ ଓ ଶୟନ, 2ତାରିଖରେ ସୂର୍ଯ୍ୟପୂଜା ମଣ୍ଡଳାର୍ଚ୍ଚନ, ଯଂଜ୍ଞ ଓ ବିଗ୍ରହ ମାନଙ୍କ ପ୍ରାଣ ପ୍ରତିଷ୍ଠା ଏବଂ ସନ୍ଧ୍ୟାରେ ସୁନ୍ଦରାକାଣ୍ଡ ପାଠ ଓ 3ତାରିଖରେ ପୂର୍ଣ୍ଣାହୁତି, ନଗର ପରିକ୍ରମା ଓ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବା ନେଇ ସୂଚନା ଦିଆଯାଇଥିଲା l ଏଥିସହ ଉଦଯାପନ ମହୋତ୍ସବରେ ସାଂସଦ ପୁରୀ ସମ୍ବିତ ପାତ୍ର, ସାଂସଦ ରାଜ୍ୟସଭା ସୁବାଶିଷ ଖୁଣ୍ଟିଆ, ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଧାୟକ ସୁନୀଲ କୁମାର ମହାନ୍ତି, ପୁରୀ ସହରର ବିଭିନ୍ନ ଜାଗା ଆଖେଡାର ସଭାପତି, ସମ୍ପାଦକ, କର୍ମକର୍ତ୍ତା ଓ ସହରର ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦାନ କରିବେ l ଏହି ଅବସରରେ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ ବୋଲି ଉପସଭାପତି ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି l ଯଂଜ୍ଞ ଉପଲକ୍ଷେ ଆୟୋଜିତ କଳସଯାତ୍ରାରେ ବାସେଳୀ ସାହି ଅଂଚଳର ହଜାର ହଜାର ମା ମାନେ କଳସ ଯାତ୍ରାରେ ସାମିଲ ହେବେ l ଏହି ସାମ୍ବାଦିକ ସମ୍ମିଳନୀରେ ଉପଦେଷ୍ଟା ପ୍ରଫେସର ସୌମନ୍ଦ୍ର ମୁଦୁଲି, ସଭାପତି ପଣ୍ଡିତ ଗୋପାଳଚନ୍ଦ୍ର ମହାପାତ୍ର, ସମ୍ପାଦକ ହରିହର ପଣ୍ଡା,ଉପଦେଷ୍ଟା ମଦନ ମୋହନ ଦତ୍ତ ମହାପାତ୍ର, ଉପସଭାପତି ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଓ ବାସେଳୀ ମନ୍ଦିର ପୂଜକ ପଣ୍ଡିତ ଗଦାଧର ଦାଶ ଉପସ୍ଥିତ ରହି ଗଣମାଧ୍ୟଙ୍କୁ ସୂଚନା ଦେଇଥିଲେ l
