ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ

Date:- 28/06/2025Place:- bhadraka ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନହରପୁର ଗାଁରେ ଅଘଟଣ । ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି । ଗାଡ଼ି ତଳେ ଚାପି ହୋଇ ଚାଲିଗଲା ନାବାଳକଙ୍କ ଜୀବନ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ । ସୂଚନା ମୁତାବକ, ଧାମନଗର ଥାନା ଅନହରପୁର ଗାଁରେ ଡିଜେ ଗାଡ଼ି ଯାଉଥିବା ସମୟରେ ହଠାତ୍‌ ଓଲଟି ପଡିଥିଲା । ଯାହାଫଳରେ ଜଣେ ନାବାଳଙ୍କ ଉପରେ ଗାଡ଼ି ଓଲଟି ଯାଇଥିଲା ।

ଏହା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ନାବାଳକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ନାବାଳକକୁ ମୃତ ଘୋଷଣା କରିଥିଲେ । ସେପଟେ ଘଟଣାକୁ ନେଇ ଭଦ୍ରକ ଏସ୍‌ପି ମନୋଜ ରାଉତଙ୍କ ସୂଚନା ଅନୁସାରେ, ଧାମନଗର ଥାନା ଅଧିକାରୀଙ୍କ ସହ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଛନ୍ତି।

Leave a Reply

Your email address will not be published. Required fields are marked *