ଧରାକୋଟ ଦଳିତଙ୍କୁ ନିର୍ଯ୍ୟାତନା ଘଟଣା”

ବ୍ରହ୍ମପୁର – ଗତ 22ଜୁନ ଦିନ ଧରାକୋଟ ବ୍ଲକ ର ଖାରିଗୁମା ଓ ପରେ ଜାହାଡା ଠାରେ ଦଳିତ ନିର୍ଯାତନା ଘଟଣାର ପ୍ରତିବାଦରେ ଆଜି ସ୍ଥାନୀୟ ଆରଡିସି ଅଫିସ୍ ସମ୍ମୁଖରେ ଅନୁଷ୍ଠିତ ଗଣଧାରଣାରେ ଓଡ଼ିଶା ଦଳିତ ମହାସଭାର ଆବାହକ ସଂଗ୍ରାମ ନାୟକ ସଭାପତିତ୍ବ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୂଳନିବାସୀ ସମତା ପରିଷଦର‌ ଅଭିରାମ ମଲ୍ଲିକ, ସିପିଆଇ ଏମ-ଏଲ ନିଉ ଡେମୋକ୍ରାସୀର ମୁଖପାତ୍ର ଭାଲଚନ୍ଦ୍ର ଷଡ଼ଙ୍ଗୀ, ଆମ୍ବେଦକର ଲୋହିଆ ବିଚାର ମଞ୍ଚର ଆବାହକ ସଂଗ୍ରାମ ମଲ୍ଲିକ, ସିପିଏମ ଜିଲ୍ଲା ସମ୍ପାଦକ ଯୁଦ୍ଧିଷ୍ଠିର ବେହେରା, ସିପିଆଇ ଜିଲ୍ଲା ସଂପାଦକ ପ୍ରକାଶ ପାତ୍ର, ଅଲ୍ ଓଡ଼ିଶା ଏସସି ଫେଡେରେସନ ସଭାପତି ଧନଞ୍ଜୟ ଦୀପ, ବିଜୟ ସେଠୀ, ଆମ୍ବେଦକର ଫାଉଣ୍ଡେସନର ପ୍ରଦ୍ୟୁମ୍ନ ନାୟକ, ଅନୁଗୋଳର ଦଳିତ ନେତା ଚିତ୍ତରଞ୍ଜନ ଗୌତମ, ଦଳିତ ମହିଳା ନେତ୍ରୀ ବନିତା ସାମଲ, ଧର୍ମେନ୍ଦ୍ର ନାୟକ, ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ, ରାଜେନ୍ଦ୍ର କୁମାର ବେହେରା, ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା, ଲେଖିକା ଡ଼ଃ ବିଧୂପ୍ରଭା ରଥ, ମାନବବାଦୀ ହେତୁବାଦୀ ସଂଗଠନର ସମ୍ପାଦକ କେ ନାନ୍ଦେଶୁ ସେନାପତି, ଆପ୍ ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, କୃଷକ ନେତା ବୃନ୍ଦାବନ ଖଟେଇ, ଦଳିତ ନେତା ରାଜୁ ପାଣି ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଆଇଏଫଟିୟୁ ସଭାପତି ପ୍ରତାପ ପ୍ରଧାନ, ସିଆଇଟିୟୁ ନେତା ପ୍ରତାପ ଚୌଧୁରୀ, ସିପିଆଇ ନେତା ନୀଳକଣ୍ଠ ଦାଶ, କୃଷକ ନେତା ପି ହରି କୃଷ୍ଣ ରେଡ୍ଡୀ, ମହିଳା ନେତ୍ରୀ ଏନ୍ ଭାନୁମତୀ ରେଡ୍ଡୀ, ରାଜେନ୍ଦ୍ର କୁମାର ବେହେରା, ଗୋପାଳକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଦଳିତମାନଙ୍କ ଉପରେ ବର୍ବର ଅତ୍ୟାଚାରର ନିନ୍ଦା କରିଥିଲେ ।ଦାବି ଗୁଡ଼ିକ ମଧ୍ୟରେ….୧) ଧରାକୋଟ ଘଟଣାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ଓ ସଂଗଠନ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କର ।୨) ଦୁଇ ପିଡୀତ ବ୍ୟକ୍ତିଙ୍କୁ ସର୍ବନିମ୍ନ ଦଶ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କର ।୩) ବଜରଙ୍ଗ ଦଳ ଓ ଅନ୍ୟ ଅସାମାଜିକ ଲୋକଙ୍କ ନେତୃତ୍ୱରେ ଗୋ ସୁରକ୍ଷା ନାଁରେ ଚାଲିଥିବା ଆତଙ୍କରାଜ ଓ ବେଆଇନ ଅର୍ଥ ଆଦାୟ ବନ୍ଦ କର ।*୪) ଜାତିଗତ ହିଂସା ଓ ସାମାଜିକ ବାସନ୍ଦ ଘଟଣାରେ ସମ୍ବେଦନଶୀଳ ହୋଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଅ ।୫) ରାଜ୍ୟରେ ଭୂମିହୀନ ଦଳିତଙ୍କୁ ଚିହ୍ନଟ କରି ସେମାନଙ୍କୁ ସରକାରଙ୍କ ପକ୍ଷରୁ ବାସଯୋଗ୍ୟ ଓ ଚାଷଯୋଗ୍ୟ ଜମି ବଣ୍ଟନ କରାଯାଉ ।

Leave a Reply

Your email address will not be published. Required fields are marked *