ଆୟ ବହିର୍ଭୁତ ସମ୍ପତ୍ତି ଭିଜିଲାନ୍ସ ରେଡ
ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍।ମୋଟ ୯ଟି ଯାଗାରେ ଚାଲିଛି ରେଡ୍।ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କ ଢେଙ୍କାନାଳ ସହର ଗାୟତ୍ରୀ ନଗରସ୍ଥିତ ବାସଭବନ ସମେତ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ, ସରକାରୀ ବାସଭବନ, ଢେଙ୍କାନାଳ ସହର ଗାୟତ୍ରୀ ନଗର ସ୍ଥିତ ବାସଭବନ, ଢେଙ୍କାନାଳ ସଦର ବ୍ଲକ ବଣସିଂହସ୍ଥିତ ପୈତୃକ ଘର ଓ ଗଂଦିଆରେ ଚାଲିଛି ରେଡ୍।ତା ସହିତ ଭବାନୀପାଟଣାର ଧର୍ମଗଡ ଓ ଜୁନାଗଡ଼ ରେ ଥିବା ଦୁଇ ଝିଅଙ୍କ ଘରେ ବି ଚାଲିଛି ରେଡ୍। ଅଧିକ ତଦନ୍ତ ପାଇଁ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କୁ ଢେଙ୍କାନାଳରୁ ଆଠମଲ୍ଲିକ ନେଲା ଭିଜିଲାନ୍ସ ଟିମ।
