ବଢ଼ିଲା କୃଷି ବିଦ୍ୟାନିଧି ଯୋଜନାରେ ଆବେଦନ ଅବଧି

ବଢ଼ିଲା କୃଷି ବିଦ୍ୟାନିଧି ଯୋଜନାରେ ଆବେଦନ ଅବଧି

  • ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନଲାଇନ୍ ଆବେଦନର ଶେଷ ତାରିଖ -୨୦ ଡିସେମ୍ବର ୨୦୨୫

ଭୁବନେଶ୍ୱର -୧୫/୧୨/୨୦୨୫

କୃଷି ବିଦ୍ୟାନିଧି ଯୋଜନା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଛାତ୍ରବୃତ୍ତି ଯୋଜନା ଅଟେ। ଓଡ଼ିଶା ସରକାରଙ୍କ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ସିଏମ୍-କିସାନ୍ ଯୋଜନା ଅଧୀନରେ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ସନ୍ତାନସନ୍ତତିଙ୍କ ଉଚ୍ଚଶିକ୍ଷା ସ୍ୱପ୍ନକୁ ସୁଗମ କରିବା ପାଇଁ କୃଷି ବିଦ୍ୟାନିଧି ଯୋଜନାରେ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି ଏବଂ ଏହା ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ବରଦାନ ସାଜିଛି।

ଚଳିତ ଶିକ୍ଷାବର୍ଷ ୨୦୨୫-୨୬ରେ କୃଷି ବିଦ୍ୟାନିଧି ଯୋଜନାର ଅନଲାଇନ୍ ଆବେଦନ ସମୟସୀମା ଅକ୍ଟୋବର ୧୫ ଠାରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ରଖାଯାଇଥିଲା। କିନ୍ତୁ, ଆବେଦନ ସମୟସୀମା ଅତିକ୍ରାନ୍ତ ପରେ ମଧ୍ୟ ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଅନୁରୋଧକ୍ରମେ, ବିଭାଗ ତରଫରୁ ଅନଲାଇନ୍ ଆବେଦନ ଏବଂ ଯାଞ୍ଚ ପ୍ରକ୍ରିୟର ଅବଧିକୁ ବୃଦ୍ଧି କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବିଭାଗୀୟ ନିଷ୍ପତ୍ତି ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନଲାଇନ୍ ଆବେଦନ ଶେଷ ତାରିଖ ୨୦ /୧୨/୨୦୨୫ ରହିଛି। ସେହିଭଳି, ଶିକ୍ଷାନୁଷ୍ଠାନସ୍ତରରେ ଆବେଦନ ପତ୍ରର ଯାଞ୍ଚ ଶେଷ ତାରିଖ ୨୫/୧୨/୨୦୨୫ ରହିଛି। ଜିଲ୍ଲାସ୍ତରରେ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀମାନେ ୨୫/୦୧/୨୦୨୬ ସୁଦ୍ଧା ଆବେଦନ ଗୁଡିକର ଅନୁମୋଦନ କରି ରାଜ୍ୟସ୍ତରରେ ଛାତ୍ରବୃତ୍ତି ପ୍ରଦାନ ନିମନ୍ତେ ଉପସ୍ଥାପନ କରିବେ। ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ କୃଷି ବିଦ୍ୟାନିଧି ଯୋଜନାର ସୁଯୋଗ ନେବା ପାଇଁ ବିଭାଗ ତରଫରୁ ଅନୁରୋଧ କରାଯାଉଛି।

ସୁଶ୍ରୀ ସଙ୍ଗୀତା ମହାରଣା
ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *