ରାଜ୍ୟରେ ମହିଳା ମାନଙ୍କ ପ୍ରତି ହୁ ହୁ ହୋଇ ବଢୁଥିବା ନିଯ୍ୟାତନା

ରାଜ୍ୟରେ ମହିଳା ମାନଙ୍କ ପ୍ରତି ହୁ ହୁ ହୋଇ ବଢୁଥିବା ନିଯ୍ୟାତନା , ଅତ୍ୟାଚାର , ହିଂସା , ଦୁଷ୍କର୍ମ , ଗଣଦୁଷ୍କର୍ମ , ବଳାତ୍କାର ଓ ଗଣ ବଳାତ୍କାର ବିରୁଦ୍ଧରେ କଂଗ୍ରେସ ନେତ୍ରୀ ସୋନାଲି ସାହୁଙ୍କ ନେତୃତ୍ୱରେ ଖୋର୍ଦ୍ଧା କଂଗ୍ରେସ କମିଟି ଦ୍ୱାରା ଏକ ମଶାଲ ଶୋଭାଯାତ୍ରା ଖୋର୍ଦ୍ଧା ବ୍ୟାଙ୍କ ଛକ ଠାରୁ ବାହାରି ଗୀତାଭବନ ପର୍ଯ୍ୟନ୍ତ ପରିକ୍ରମା କରିଛି ! ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତ୍ରୀ କହିଛନ୍ତି ସାରା ରାଜ୍ୟରେ 10 ମାସର ସରକାର ସମୟରେ 24 ହଜାର ରୁ ଉର୍ଧ୍ଵ ମହିଳାଙ୍କ ପ୍ରତି ହିଂସା ହୋଇଥିବା ବେଳେ 2000ରୁ ଉର୍ଧ୍ଵ ମହିଳା ବଲାତ୍କାରର ଶିକାର ହୋଇଛନ୍ତି ! ସେହିପରି ସରକାରୀ ଆବାସିକ ବିଦ୍ୟାଳୟରେ ପଢ଼ୁଥିବା ଛୋଟ ଛୋଟ ନାବାଳିକ ମାନେ ଅନ୍ତଃସତ୍ଵା ହେବା ଓ ଶିଶୁଙ୍କୁ ଜନ୍ମଦେବା ଚିନ୍ତାର ବିଷୟ ପାଲଟିଛି ! ଖାଲି ସେତିକି ନୁହେଁ 10 ମାସର ସରକାରରେ ପ୍ରାୟ 64 ଜଣ ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ 60 ହଜାରରୁ ଉର୍ଧ୍ଵ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି ! ସେମାନେ କୁଆଡେ ଗଲେ କୌଣସି ପତ୍ତା ନମିଳିବା ସନ୍ଦେହକୁ ଆହୁରି ଦୃଢ଼ୀଭୁତ କରୁଛି ! ନିଖୋଜ ହୋଇଥିବା ମହିଳା ଓ ଶିଶୁ ଅଙ୍ଗ ତସ୍କରୀ ର ଶିକାର ହୋଇଛନ୍ତି କି ସେମାନଙ୍କୁ ଯୌନ ଶୋଷଣ କରାଯାଉଛି , ସେ ବିଷୟରେ ସରକାର ଆଦୌ ଚିନ୍ତିତ ନୁହନ୍ତି ! ତେଣୁ ସରକାର ମହିଳଙ୍କ ସୁରକ୍ଷା , ସମ୍ମାନ ଓ ସ୍ୱାଭିମାନକୁ ସୁନିଶ୍ଚିତ କରିବା ପାଇଁ ଆଜି ସାରା ରାଜ୍ୟ ସମେତ ଖୋର୍ଦ୍ଧାରେ ମଧ୍ୟ ମଶାଲ ଶୋଭାଯାତ୍ରା ମାଧ୍ୟମରେ ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ପ୍ରୟାସ କରାଯାଉଛି ! ଏହି ଶୋଭାଯାତ୍ରାରେ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି ଉକ୍ତ କାର୍ଯ୍ୟକୁ ସଫଳ କରିଥିବାରୁ ସୋନାଲି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *