ଏସ ବି ଆଇ ଏ ଟି ଏମ ଅଚଳ ଯୋଗୁ ଜନ ଅସନ୍ତୋଷ ବୃଦ୍ଧି
ଏସ ବି ଆଇ ଏ ଟି ଏମ ଅଚଳ ଯୋଗୁ ଜନ ଅସନ୍ତୋଷ ବୃଦ୍ଧି lଗୋପ :- ତ୍ରିର୍ଥକ୍ଷେତ୍ର 13/08/2023 ( ) ଭାରତ ସରକାର ଙ୍କ ଦ୍ଵାରା ସାଧାରଣ ଜନତାଙ୍କୁ ସୁବିଧା ପାଇଁ ଡିଜିଟାଲ ଉପାୟରେ ଅର୍ଥ ଦେଣେ ନେଣେ କରିବାପାଇଁ ଗ୍ରମାଞ୍ଚଳ ଠାରୁ ସହରାଞ୍ଚଳ ରେ ବସବାସ କରୁଥିବା ବ୍ୟକ୍ତି ଙ୍କ ସୁବିଧା ପାଇଁ ଏ ଟି ଏମ ର ବ୍ୟବସ୍ତା କରାଯାଇଛି l କିନ୍ତୁ ଦୁଃଖ ଓ ପରିତାପର ବିଷୟ ଟି ହେଊଛି ଅଧିକାଂଶ ଏ ଟି ଏମ ଗୁଡିକ ଅଚଳ ଅବସ୍ଥାରେ ପଡିଛି, ତାର ଜଳାନ୍ତକ ଉଦାହରଣ ଟି ହେଊଛି ଗୋପ ଥାନା ଅନ୍ତର୍ଗତ ନୟାହାଟ ଅଞ୍ଚଳ ପାଇଁ ଏସ ବି ଆଇ ର ଏକ ଏ ଟି ଏମ ଅଧିକାଂଶ ସମୟ ଅଚଳ ଯୋଗୁ ବ୍ୟବସାୟୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଉକ୍ତ ଅଞ୍ଚଳ ଟି ପୁରୀ ଜିଲ୍ଲାର ବୃହତ ବାଣିଜ୍ୟ ପ୍ରତିଷ୍ଠାନ ର କେନ୍ଦ୍ର ଅଟେ ଏଠାରେ କୋଟି କୋଟି ଟଙ୍କା ବ୍ୟବସାୟ ହୋଇଥାଏ l କିନ୍ତୁ ଏ ଟି ଏମ ର ରକ୍ଷଣ ବ୍ୟକ୍ଷଣ ଏବଂ ସୁରକ୍ଷା ଦୁଷ୍ଟିରୁ ବିଭାଗୀୟ ଅଧିକାରୀ ଙ୍କର କୌଣସି ବ୍ୟବସ୍ତା ନାହିଁ l ଉକ୍ତ ଏ ଟି ଏମ ଉପରେ ୬ଟା ପଞ୍ଚାୟତ ର ଗ୍ରାମବାସୀ ଙ୍କ ସହିତ ସହିତ ନୟାହାଟ ମାର୍କେଟ କୁ ଆସୁଥିବା ଶତାଧିକ ବ୍ୟବସାୟୀମାନେ ନିର୍ଭର କରିଥାନ୍ତି l ଉକ୍ତ ଏ ଟି ଏମ ରୁ ଟଙ୍କା ଉଠାଇବା ଓ ରଖିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଏଣୁ ବିଭାଗୀୟ ଅଧିକାରୀ ଓ ରାଜ୍ୟ ଖାଉଟି କଲ୍ୟାଣ ବୋର୍ଡ ସମସ୍ତ ସମସ୍ୟା ପ୍ରତି ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ୬ ଟି ପଞ୍ଚାୟତ ଓ ନୟାହାଟ ବ୍ୟବସାୟୀ ସଂଘ ତରଫରୁ ଦାବୀ କରାଯାଇଛି ର
(ସାମ୍ବାଦିକ ହେରେକୃଷ୍ଣ ମହାନ୍ତି )
