ମହେଶ୍ବର ଉଚ୍ଚ ବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ
ମହେଶ୍ବର ଉଚ୍ଚ ବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ
ରଘୁନାଥପୁର ୧୭/୮-:)ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଧିନସ୍ଥ ମହେଶ୍ବର ଉଚ୍ଚ ବିଦ୍ୟାଳୟ ଗୁଆଳିପୁର ଠାରେ ୭୯ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ସ୍କୁଲର ଏନସିସି କ୍ୟାଡେଟ ମାନଙ୍କ ସହ ଅନ୍ୟ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରଭାତଫେରିରେ ଗ୍ରାମ୍ୟ ପରିକ୍ରମା କରି ଷ୍ଟେସନ ବଜାର ଯାଇ ସେଠାରୁ ଗୁଆଳିପୁର ପଞ୍ଚାଯତ ଅଫିସରେ ପହଞ୍ଚିଥିଲେ , ସମିତି ସଭ୍ୟ କମଳାକାନ୍ତ ପରିଡ଼ା, ନିହାର ରଞ୍ଜନ ସାହୁ, ପ୍ରକାଶ ମଲ୍ଲିକ ଉପସ୍ଥିତିରେ ସରପଞ୍ଚ ମନୋଜିନୀ ସାହୁ ପତାକା ଉତ୍ତୋଳନ କରିଥିଲେ । ତାପରେ ଛାତ୍ର ଛାତ୍ରୀ ମାନେ ମହେଶ୍ବର ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଥିଲେ ସେଠାରେ ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ଜେନା ପତାକା ଉତ୍ତୋଳନ କରିବା ସହ ପିଇଟି ତଥା ଏନସିସି ଶିକ୍ଷକ ଭେନୁଗୋପାଳ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ପ୍ୟାରେଡ୍ ରେ ପ୍ରଧାନଶିକ୍ଷକ ଅଭିବାଦନ ଗ୍ରହଣ କରିଥିଲେ। ପରେପରେ ଚିତ୍ତରଞ୍ଜନ ପଟ୍ଟନାୟକ ଟ୍ରଷ୍ଟ ପକ୍ଷରୁ କୃତି ଛାତ୍ର ଛାତ୍ରୀଙ୍କ ପୁରସ୍କାର ବିତରଣ ସଭାର ଆୟୋଜନ କରଯାଇଥିଲା, ପ୍ରଧାନଶିକ୍ଷକ ଶ୍ରୀ ଜେନାଙ୍କ ସଭାପତିତ୍ବରେ ଏହି ସଭାରେ ଶିକ୍ଷୟତ୍ରୀ ମୋନାଲିସା ପାଢ଼ୀ ଅତିଥି ପରିଚୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ତଥା ସ୍କୁଲ ପ୍ରତିଷ୍ଠାତାଙ୍କ ପୂତ୍ର ଜ୍ଞାନରଞ୍ଜନ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ପରିଚାଳନା କମିଟି ସଭାପତି ଅଲେଖ ବିହାରି ସାହୁ, ଅବସରପ୍ରାପ୍ତ ଏନସିସି ଅଫିସର ରାଜକିଶୋର ସାହୁ , ଅବସରପ୍ରାପ୍ତ ଶିକ୍ଷକ ଇଲ୍ଲାବନ୍ତ ନାୟକ, ଏସଏମସି କମିଟି ସଭାନେତ୍ରୀ ସୀମା ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ ।ଓଡିଆ ଡିବେଟ, ଇଂଲିଶ ଡିବେଟ, ଗୀତ ପ୍ରତିଯୋଗିତାରେ ମୋଟ ୨୨ଜଣ କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଷ୍ଟ ପକ୍ଷରୁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା, ଏହି କାର୍ଯ୍ୟକ୍ରମକୁ ସୀମା କାନୁନଗୋ, ସରିତା ଦାସ, ଅମିଶା ସ୍ୱାଇଁ, ଲିପା ଚୌଧୁରୀ , ଅମୁଲ୍ୟ କୁମାର ନାୟକ, ଦେବଯାନୀ ମହାପାତ୍ର, ଗୀତା ରାଉତ, ଭାରତୀ ନାୟକ, ରାଜଲକ୍ଷ୍ମୀ ପାତ୍ର, ଜ୍ଞାନରଞ୍ଜନ ଖଟୁଆ ପରେଶ୍ କୁମାର ମହାପାତ୍ର, ଗାୟତ୍ରୀ ମହାରଣା ପ୍ରମୁଖ ସହଯୋଗ କରିଥିଲେ ଶେଷର ମିଷ୍ଟାନ୍ନ ବଣ୍ଟନ କରଯାଇଥିଲା
