ସଂସ୍କାର ଶିକ୍ଷା ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ସଂସ୍କାର ଶିକ୍ଷା ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ।

ନିମାପଡ଼ା ( ତୀର୍ଥକ୍ଷେତ୍ର) ଆଜାଦୀ କା ଅମୃତ ମହୋତ୍ସବ ତ୍ରିରଙ୍ଗା ଶୋଭାଯାତ୍ରା ସ୍ୱାଧୀନତା ଦିବସ ଅବସରରେ ସଂସ୍କାର ପ୍ଲସ ଟୁ ସାଇନ୍ସ ଶିକ୍ଷା ଅନୁଷ୍ଠାନ ପକ୍ଷରୁ 79 ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ପରିଚାଳକ ଗୌରୀଶଙ୍କର ମହାପାତ୍ର ଯୋଗ ଦେଇ ପତକା ଉତ୍ତେଳନ କରିଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ହାତରେ ତିରଙ୍ଗା ପତକା ନେଇ ଦେଶଭକ୍ତିମୟ ନାରା ଏବଂ ଦେଶାତ୍ମବୋଧ ଗୀତ ଗାଇ ପତକା ଉତ୍ତେଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ବିଜୟ କୁମାର ଦାସ ଯୋଗ ଦେଇ ତ୍ରିରଙ୍ଗା ଆମର ଏକତାର ପ୍ରତୀକ ଓ ଆମର ସ୍ୱାଧୀନତା ସଂଗ୍ରାମର ସ୍ମୃତିକୁ ତାଜା କରିବାର ଅବସର ହେଉଛି ଆଜିର ଏହି 79 ତମ ସ୍ୱାଧୀନତା ଦିବସ। ଏହି ଦିନ ପ୍ରତ୍ୟେକ ନାଗରିକଙ୍କୁ ଏହି ପବିତ୍ର ପ୍ରତୀକ ପ୍ରତି ସମ୍ମାନ ଓ ସୁରକ୍ଷାର ଭାବନା ରଖି ଅଭିଯାନରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବା ସହ ମନରେ ଏକତା, ଦେଶଭକ୍ତି ଓ ସାମୁହିକ ଅଙ୍ଗୀକାରର ସ୍ପୃହାକୁ ଆରୋହିତ କରିବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବିତା ମହାପାତ୍ର, ଅତିସ ନାୟକ, ମିଟୁ ନାୟକ, ମୌସୁମୀ ରଥ, ସୁପ୍ରିତ ପ୍ରଧାନ, ଭାଗ୍ୟଶ୍ରୀ ଦାସ, ରାଜଲକ୍ଷ୍ମୀ ଭଟ୍ଟ ଯୋଗ ଦେଇଥିବା ବେଳେ କୃତିବାସ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *