ବ୍ୟାସନଗର ପୌର ପ୍ରଶାସନ ପକ୍ଷରୁ ରାଜୀବ ଗାନ୍ଧୀ ଷ୍ଟାଡିୟରେ ସ୍ବାଧୀନତା ଦିବସ ପାଳନ
୭୯ତମ ସ୍ବାଧୀନତା ଦିବସ ଅବସରରେ ବ୍ୟାସନଗର ପୌର ପ୍ରଶାସନ ପକ୍ଷରୁ ରାଜୀବ ଗାନ୍ଧୀ ଷ୍ଟାଡିୟରେ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି। ପୌର ପରିଷଦର ଅଧ୍ୟାକ୍ଷା ସୁବାଷ ଚନ୍ଦ୍ର ବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡରେ ଅଭିଭାଷଣ ରଖିଥିଲେ । ଏହି ଅବସରରେ ନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ୟାରେଡରେ ପୌର ପରିଷଦ ଅଞ୍ଚଳ ର ବିଭିନ୍ନ ସ୍କୁଲ ଓ କଲେଜର ୪୭ଟି ଟ୍ରୁଫ୍ ଭାଗ ନେଇଥିଲେ l
