ମାଲକାନଗିରିରେ ସ୍ଵାଧୀନତା ଦିବସ ପାଳିତ
ମାଲକାନଗିରି,୧୫/୮- ପୂର୍ବ ସୂଚନା ଅନୁଯାୟୀ ଓଡ଼ିଶାର ହସ୍ତତନ୍ତ ଓ ବୟନ ମନ୍ତ୍ରୀ, ଶ୍ରୀମତୀ ପଦ୍ମିନୀ ଦିଆନ ଜିଲ୍ଲା ସଦରମହକୁମାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଶାଳ ସିଂ ( ଭା ପ୍ର ସେ) ଶ୍ରୀଯୁକ୍ତ ପ୍ରହଲ୍ଲାଦ ସହାୟ ମୀନା(ଭା ପୋ ସେ) ଓ ଅନ୍ୟ କେତେକ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଉପସ୍ଥତିରେ ଜାତୀୟ ପତାକା ଉତ୍ତୋଳନ କରି ଦିବଂଗତ ଜନନାୟକ ଓ ସଂଗ୍ରାମୀ ସହିଦମାନଙ୍କ ସ୍ମୃତି ଚରଣ କରିବା ସହ ୭୫ତମ ସ୍ବାଧିନତା ଦିବସର ଅଭିଭାଷଣରେ ଉପାନ୍ତ ଅଞ୍ଚଳରେ ବିକାଶର ସନ୍ଦେଶ ଦେଇଥିଲେ। ଏହି ଅବସରରେ କରୋନା କାଳୀନ କୃତି ନିମନ୍ତେ କିଛି ବ୍ୟକ୍ତି ବିଶେଷଙ୍କୁ ପ୍ରଶାସନ ତରଫରୁ ସମ୍ମାନିତ କରାଯାଇଥିଲା।
ସ୍ଥାନୀୟ ପୋଲିସ ସର୍ଜେଣ୍ଟ ଜ୍ୟୋତି କିରୋ ପ୍ୟାରେଡର ଅଧିନାୟକତ୍ଵ କରିଥିବାବେଳେ ତହସିଲଦାର,ଡଃ,ଗୁଣନିଧି ନାୟକ ଆକର୍ଷଣୀୟ ଶୈଳୀରେ ମଞ୍ଚ ପରିଚାଳନା କରିଥିଲେ। ସେହିପରି ଜିଲ୍ଲାର ସ୍ଵାଭିମାନ ଅଞ୍ଚଳରେ ସବିଂସ୍ପେକ୍ଟର,ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ତାଣ୍ଡିଙ୍କ ସମେତ ବହୁ ସ୍ପର୍ଶକାତର ସ୍ଥଳୀରେ ମଧ୍ୟ ତ୍ରିରଙ୍ଗା ପତାକାକୁ ସମ୍ମାନ ପୂର୍ବକ ଉତ୍ତୋଳନ କରାଯାଇଥିଲା।
