ଇଣ୍ଡିଆ ବୁକ ଓଫ ରେକର୍ଡସ ରେ ସ୍ଥାନ ପାଇଲେ , ପୁରୀ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ

ଇଣ୍ଡିଆ ବୁକ ଓଫ ରେକର୍ଡସ ରେ ସ୍ଥାନ ପାଇଲେ , ପୁରୀ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ।ପୁରୀ ଜିଲ୍ଲା ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର କାର୍ଯ୍ଯାଳୟ ରେ ଅବସ୍ଥାପିତ ଥିବା ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ବିଶ୍ଵନାଥ ପଣ୍ଡା , ଇଣ୍ଡିଆ ବୂକ ଓଫ ରେକର୍ଡସ ରେ ସ୍ଥାନ ପାଇଛନ୍ତି

। ଶ୍ରୀ ପଣ୍ଡା ନିରବିଛିନ୍ନ ଭାବରେ ୧୦ମ ଥର ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଅସ୍ଥାୟୀ କାର୍ଯ୍ୟାଳୟକୁ ବୈଷୟିକ ଜ୍ଞାନ ବା ଆଇ ଟି ସହାୟତା ପ୍ରଦାନ କରି ସେ ଏହି ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡଃ ଅଶୋକ କୁମାର ହୋତା ଓ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଶୁଭେଛା ଜଣାଇଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ମହାମହିମ ରାଷ୍ଟ୍ରପତି ବାରମ୍ବାର ପୁରୀ ଗସ୍ତ କରୁଥିବାରୁ ତାଙ୍କ ଅସ୍ଥାୟୀ କାର୍ଯ୍ୟାଳୟକୁ ଆଇ ଟି ସହାୟତା ପ୍ରଦାନ କରିବା ପାଇଁ ଶ୍ରୀ ପଣ୍ଡା ବାରମ୍ବାର ସୁଯୋଗ ପାଇଛନ୍ତି ।

Leave a Reply

Your email address will not be published. Required fields are marked *