ଭାରତ ସଂସ୍କୃତି ଯାତ୍ରା ଉଦଘାଟିତ

ପୁରୀ ୧୮/୪ ଭାରତର ସାଂସ୍କୃତିକ ବିଚିତ୍ରା ଅନନ୍ୟ ଓ ଅନୁପମ।ପ୍ରତ୍ୟେକ ରାଜ୍ୟରେ କଳାର ସ୍ବତନ୍ତ୍ର ରହିଛି।ତାହା ଏକ ସମୟରେ ଏକାଠି ପ୍ରଦର୍ଶନ ଦ୍ବାରା ସାଂସ୍କୃତିକ ଚେତନା ର ଉନ୍ମେଷ ହେବା ସହ କଳାକାର ମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ଓ ଭାବ ବିନିମୟ ସହଜ ହୋଇ ଥାଏ ବୋଲି କହିଛନ୍ତି ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ।ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପରିସରରେ ଆଜି ସଂଧ୍ୟାରେ ତିନି ଦିନିଆ ଭାରତ ସଂସ୍କୃତି ଯାତ୍ରା ଉଦଘାଟିତ ହୋଇଥିଲା।ଏହାକୁ ଉଦଘାଟନ କରି ଶ୍ରୀ ସେଠୀ ଶ୍ରୀଜଗନ୍ନାଥ ନିଜେ ଜଣେ କଳା ପ୍ରିୟ ଠାକୁର।ତାଙ୍କ ମାଟିରେ ଏହି ମହନୀୟ କାର୍ଯ୍ୟକ୍ରମ ର ଆୟୋଜନ ଏକ ସୁନ୍ଦର ପଦକ୍ଷେପ।କଳାକାର ମାନେ ନିଜ କଳା ପ୍ରଦର୍ଶନ ସହ ଅନ୍ୟ କଳାକାର ଙ୍କ ଠାରୁ ମଧ୍ୟ ଅନେକ ଶିକ୍ଷା ଲାଭ କରିପାରିବେ ବୋଲି ସେ ଆଶା କରିଥିଲେ।ପ୍ରସନ୍ନ ଜିତ ପୋଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ରଙ୍ଗଶାଳାର ନିର୍ଦ୍ଦେଶକ ବିକ୍ରମ କୁମାର ସାହୁ କଳାକାର ଙ୍କ ପାଇଁ ଏହା ଏକ ବଡ ମଞ୍ଚ।

ଏହା ସେମାନ ଙ୍କୁ ଅନେକ ଶିକ୍ଷା ଦେବା ସହ ସେମାନଙ୍କ ପ୍ରଦର୍ଶନ କୁ ଅଧିକ ରୁଦ୍ଧିମନ୍ତ କରିବ ବୋଲି ସେ କହିଥିଲେ।ଉଦଘୋଷକ ବାସୁଦେବ ନାଥ ମଞ୍ଚ ପରିଚାଳନା କରିଥିଲେ।ଭାରତର ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ଅନ୍ୟୁନ ଦେଢ ହଜାର ଶିଳ୍ପୀ ଏଥିରେ ଯୋଗ ଦେଇ ଏହି ତିନି ଦିନ ରେ ପ୍ରାୟ ୬୦ଘଣ୍ଟା ର କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ଆୟୋଜକ ମାନେ ସୂଚନା ଦେଇଥିଲେ। ।ଏହାପରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ବିଭିନ୍ନ ପ୍ରତିଷ୍ଠିତ ନୃତ୍ୟ ଦଳ ତଥା କର୍ଣ୍ଣାଟକ,କଲିକତା,ହିନ୍ଦୁସ୍ଥାନ, ତ୍ରିଧାରା ,କଟକ,ବୌଦ୍ଧ,ପୁରୀ ର କଳାକାର ମାନେ ସନ୍ଧ୍ୟାରେ ନିଜର ନୃତ୍ୟ ପ୍ରଦର୍ଶନ କରିଥିଲେ ।ସମସ୍ତ କାର୍ଯ୍ୟ କୁ ଗୁରୁ ଗଜେନ୍ଦ୍ର ପଣ୍ଡା ଏବଂ ଇଣ୍ଡୋ ଜାପାନ ଫ୍ରେଣ୍ଡସିପ ସେଣ୍ଟର୍ ର ସଭାପତି ଶ୍ରୀମନ୍ତ କୁମାର ଦାସ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *