ବିଶ୍ୱ ଆର୍ଥିକ ଅସ୍ଥିରତା ମଧ୍ୟରେ ଭାରତ ଏକ ବିକାଶ ସ୍ତମ୍ଭ

ବିଶ୍ୱ ଆର୍ଥିକ ଅସ୍ଥିରତା ମଧ୍ୟରେ ଭାରତ ଏକ ବିକାଶ ସ୍ତମ୍ଭ l ଆଇଏମଏଫର ଆକଳନ ମୁତାବକ 6.6 ପ୍ରତିଶତ ଜିଡିପି ଅଭିବୃଦ୍ଧି ବଜାୟ ରଖିବ ଭାରତନୂଆଦିଲ୍ଲୀ 15 ଅକ୍ଟୋବର:ଦୁର୍ବଳ ବିଶ୍ୱ ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତ ଏକ ଦୃଢ଼ ସ୍ତମ୍ଭ ରୂପେ ଛିଡ଼ା ହୋଇଛି। 2025 ଆର୍ଥିକ ବର୍ଷରେ ଭାରତର ଜିଡିପି 6.6% ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଏହାର ବିଶ୍ୱ ଅର୍ଥବ୍ୟବସ୍ଥା ଆଉଟଲୁକ୍‌ (ଅକ୍ଟୋବର 2025) ରିପୋର୍ଟରେ ଆକଳନ କରିଛି। ଦୃଢ଼ ଘରୋଇ ଚାହିଦା ଏବଂ ଏକ ସ୍ଥିର ସେବା କ୍ଷେତ୍ର ଜରିଆରେ ଭାରର ଅଭିବୃଦ୍ଧି ହାର ସୁଦୃଢ଼ ରହିବାର ସମ୍ଭାବନା ରହିଛି। ଏଥିସହିତ ମୁଦ୍ରାସ୍ଫିତ 2.8%କୁ ହ୍ରାସ ପାଇବା ଖାଦ୍ୟ ଓ ଇନ୍ଧନ ମୂଲ୍ୟସ୍ଥିରତାକୁ ଦର୍ଶାଉଛି ବୋଲି ଆଇଏମଏଫ ରିପୋର୍ଟରେ କୁହାଯାଇଛି । ବିଚକ୍ଷଣ ଆର୍ଥିକ ପରିଚାଳନା ଏବଂ ସ୍ଥିର ନୀତିଗତ ସଂସ୍କାର ବଳରେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ୍ୟ ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ ହୋଇପାରିଛି। ସାମ୍ପ୍ରତିକ ବାଣିଜ୍ୟିକ ବାଧା ସତ୍ତ୍ୱେ ଭାରତ ବିଶ୍ୱ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରୁଛି ।ଭାରତର ଜିଡିପି 6.4% ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ପୂର୍ବରୁ ଆଇଏମଏଫ ଆକଳନ କରିଥିବା ବେଳେ ବର୍ତ୍ତମାନ ଏହାକୁ ସଂଶୋଧନ କରି 6.6% କରିଛି। ପ୍ରଥମ ତ୍ରୈମାସରେ ଭାରତୀୟ ଅର୍ଥବ୍ୟବସ୍ଥାର ଦୃଢ଼ ପ୍ରଦର୍ଶନ ପରେ ଏଥିରେ ସଂଶୋଧନ କରାଯାଇଛି। ବାସ୍ତବ ମୁଣ୍ଡପିଛା ଉତ୍ପାଦନ 5.7% ରହିବା ନେଇ ଆକଳନ କରାଯାଇଛି । ବାର୍ଷିକ ହାରାହାରୀ ମୁଦ୍ରାସ୍ଫିତ 2.8% ରହିବ। ବିଶ୍ୱସ୍ତରରେ ମୁଦ୍ରାସ୍ଫିତି ହାର ଅଧିକ ରହିଥିବା ବେଳେ ଭାରତ ଏହାକୁ ଆଶାଠାରୁ ଅଧିକ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି। ଦେଶରେ ବେକାରୀ ହାର ମଧ୍ୟ ନିୟନ୍ତ୍ରିତ ସ୍ଥିତିରେ ରହିବା ନେଇ ଆକଳନ କରାଯାଇଛି। ଭାରତର ସେବା କ୍ଷେତ୍ର ଏବଂ ଘରୋଇ ଚାହିଦା ବିକାଶ ହାରକୁ ତ୍ୱରାନ୍ୱିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। 2025ର ପ୍ରାରମ୍ଭିକ ସମୟ ତୁଳନାରେ ସେବା କ୍ଷେତ୍ରରେ ଅଭିବୃଦ୍ଧି ଦୃଢ଼ ରହିଛି। ଭାରତର ଆର୍ଥିକ ସ୍ଥିତି ସୁଦୃଢ଼ ରହିଛି । ସ୍ଥିର ବିକାଶ, ନିୟନ୍ତ୍ରିତ ମୁଦ୍ରାସ୍ଫିତି ଏବଂ ନିୟନ୍ତ୍ରିତ ଚଳନ୍ତ ଖାତା ନିଅଣ୍ଟ ସୁଦୃଢ଼ ସାମଗ୍ରିକ ଆର୍ଥିକ ଆଧାରକୁ ପ୍ରତିଫଳିତ କରୁଛି। ଆର୍ଥିକ ଶୃଙ୍ଖଳା, ଗ୍ରାମୀଣ ଚାହିଦା ଏବଂ ଢାଞ୍ଚାଗତ ସଂସ୍କାର ଉପରେ ନିରନ୍ତର ଧ୍ୟାନ ଦିଆଯିବା ଫଳରେ ବିକାଶ ହାରକୁ ବଜାୟ ରଖାଯାଇପାରିଛି । ବିଶ୍ୱ ବାଣିଜ୍ୟ ଅନିଶ୍ଚିତତା ଏବଂ ଅଭିବୃଦ୍ଧି ମନ୍ଥର ହେବା ମଧ୍ୟରେ, ଭାରତର ସ୍ଥିରତା ଏହାକୁ 2025 ଏବଂ ପରବର୍ତ୍ତୀ ସମୟରେ ବିଶ୍ୱ ଆର୍ଥିକ ପ୍ରସାରର ଏକ ପ୍ରମୁଖ ବାହକ ଭାବରେ ସ୍ଥାନିତ କରୁଛି।

Leave a Reply

Your email address will not be published. Required fields are marked *