ଭାରତ ବନ୍ଦ ଡାକରାରେ ଗଣିଆରେ ଆଂଶିକ ସଫଳ

ଗଣିଆ – କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ୧୦ଟି ଟ୍ରେଡ ୟୁନିୟନ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦକୁ କଂଗ୍ରେସ ଏବଂ ବିଜୁ ଶ୍ରମିକ ସାମୁଖ୍ୟ ସମର୍ଥନ କରିଥିଲେ । ଏହି ଅବସରରେ ଗଣିଆ ବ୍ଳକ କଂଗ୍ରେସ ସଭାପତି ହଲିମ ଖାଁ, ତ୍ରିନାଥ ବେହେରା, ପ୍ରଦୀପ କୁମାର ମହାପାତ୍ର,ପାଚିକା ସଂଘର ସଭାପତି ମିନିଲତା ନାୟକ, ଆଶା ସଂଘର ଜିଲ୍ଲା ସମ୍ପାଦିକା ମଙ୍ଗୁଳୁ ରାଉତ,ଗଣିଆ ବ୍ଳକ ସମ୍ପାଦିକା କୋକିଳ ସାହୁ, ଜିଲ୍ଲା ସ୍ତରୀୟ ନେତା କାଳନ୍ଦୀ ନାୟକଙ୍କ ସମେତ ୫୦ରୁ ଅଧିକ ଆଶା ଏବଂ ପାଚିକା ମାନେ ଏକତ୍ରିତ ହୋଇଥିଲେ । ଗଣିଆ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ,ଆରଆଇ ଅଫିସ, ତହସିଲ,ବ୍ଳକ, ବ୍ୟାଙ୍କ,ସ୍କୁଲ, କଲେଜ ସମେତ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ଚାଲିଥିବା ଶିକ୍ଷକ ତାଲିମ ଶିବିରକୁ ବନ୍ଦ କରିଥିଲେ ।

ଆନ୍ଦୋଳନକାରୀ ମାନେ ଗଣିଆ-ଦଶପଲ୍ଲା ରାସ୍ତାକୁ ଅବରୋଧ କରି ବସି ରହିଥିଲେ । କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଆଇନକୁ ବିରୋଧ କରି ସେମାନେ ନାରାବାଜୀ କରିଥିଲେ । ଆମେ କାହିଁକି ସ୍ବେଛାସେବୀ ତୁମେ କାହିଁକି ବେତନ ଭୋଗୀ ନାରାରେ ଆନ୍ଦୋଳନସ୍ଥଳ କମ୍ପି ଉଠିଥିଲା । ଶ୍ରମିକ ସଂଗଠନର ଦାବି ଯଦି ସରକାର ନଶୁଣନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ । ଥାନା ଅଧିକାରୀ ଟଙ୍କଧର ଛତ୍ରିୟା ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ ।

Leave a Reply

Your email address will not be published. Required fields are marked *