ସମାଜସେବୀ ମୁରଲୀଧର ରଥଙ୍କୁ ଭାରତ ଗୌରବ ସମ୍ମାନ
ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ଚାନ୍ଦପୁର ଠାରେ ମୁରଲୀଧର ରଥ ଦାତବ୍ୟ ସେବା ପରିଷଦ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ, ଏସ୍ପି ଭବାନୀ ଶଙ୍କର ଉଦ୍ଗାତା, ପ୍ରମୁଖ ଯୋଗ ଦେଇ ଏହି ଉତ୍ସବ କୁ ଉଦଘାଟନ କରିଥିଲେ । ପରେ ସମାଜସେବୀ ମୁରଲୀଧର ରଥ ଭାରତ ଗୌରବ ସମ୍ମାନ ରେ ହୋଇ ଥିବାରୁ ଆମ ଜିଲ୍ଲା କୁ ଗୌରବାନୀତ କରିଛନ୍ତି ବୋଲି ଅତିଥିମାନେ କହିଛନ୍ତି । ଏହା ସହିତ ତାଙ୍କର 92 ତମ ଜନ୍ମ ଦିବସରେ ତାଙ୍କର ଆଶୀର୍ବାଦ ନେଵା ସହିତ ଶ୍ରୀ ରଥଙ୍କର ଦୀର୍ଘାୟୁ କାମନା କରିଛନ୍ତି ।
