ରେକର୍ଡ କୋଚ୍‍ ଉତ୍ପାଦନ ସହିତ ସୁଲଭ ଯାତ୍ରାକୁ ସୁଦୃଢ଼ କରିଛି ଭାରତୀୟ ରେଳବାଇ

ନୂଆଦିଲ୍ଲୀ, ୦୬/୦୧/୨୦୨୬ : ଭାରତୀୟ ରେଳବାଇ ସାଧାରଣ ଯାତ୍ରୀଙ୍କ ସୁବିଧାକୁ ପ୍ରାଥମିକତା ଦେଇ ତାହାର ଭିତ୍ତିଭୂମି ଓ ସେବାର ଆଧୁନିକୀକରଣ କରୁଛି। ଏହାର ଲକ୍ଷ୍ୟ ହେଉଛି ଟ୍ରେନ୍ ଯାତ୍ରାକୁ ଅଧିକ ସୁବିଧାଜନକ, ନିରାପଦ ଓ ସୁଲଭ କରିବା। ପୁଞ୍ଜି ନିବେଶ, ପରିଚାଳନା ସଂସ୍କାର ଓ ନୂତନ ପ୍ରଯୁକ୍ତି ମାଧ୍ୟମରେ ରେଳବାଇ ଦୈନନ୍ଦିନ ଯାତ୍ରୀମାନଙ୍କ ପାଇଁ ଯାତ୍ରୀ-ପ୍ରଥମ ଆଭିମୁଖ୍ୟକୁ ଆହୁରି ସୁଦୃଢ଼ କରୁଛି।ସୁଲଭ ମୂଲ୍ୟରେ ଯାତ୍ରା ସୁବିଧା ବଢ଼ାଇବାକୁ ଭାରତୀୟ ରେଳବାଇ ଅତ୍ୟାଧୁନିକ ସାଧାରଣ ଓ ଅଣ-ଶୀତତାପ ନିୟନ୍ତ୍ରିତ କୋଚଗୁଡ଼ିକର ରେକର୍ଡ ଉତ୍ପାଦନ କରିଛି। ଯାତ୍ରୀ-ଅନୁକୂଳ ସୁବିଧା ସହିତ ସଜ୍ଜିତ ଏହି କୋଚଗୁଡ଼ିକ ଯାତାୟାତ ସହଜ କରିବା ସହ ପରିବହନ କ୍ଷମତାକୁ ମଧ୍ୟ ବଢ଼ାଇଛି। ଏହା ରେଳବାଇର ସୁଲଭ ଓ ସମାବେଶୀ ଯାତ୍ରା ପ୍ରତି ପ୍ରତିବଦ୍ଧତାକୁ ପ୍ରମାଣ କରିଥାଏ।ଏହାକୁ ଆଧାର କରି ଭାରତୀୟ ରେଳବାଇ ଯାତ୍ରୀ ପରିବହନକୁ ଆହୁରି ମଜବୁତ ଓ ଆଧୁନିକ କରିବା ପାଇଁ, ଚଳିତ ଏବଂ ଆସନ୍ତା ଆର୍ଥିକ ବର୍ଷଗୁଡ଼ିକରେ କୋଚ୍ ଉତ୍ପାଦନ କାର୍ଯ୍ୟକ୍ରମକୁ ନିରନ୍ତର ଜାରି ରଖିଛି। ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ, ଯାହା ପୂର୍ବରୁ ଏହାର ଶେଷ ତ୍ରୟମାସିକରେ ଅଛି, ଉତ୍ପାଦନ ଯୋଜନାରେ ୪,୮୩୮ଟି ନୂତନ ଏଲଏଚବି ଜିଏସ ଏବଂ ଅଣ ଶୀତତାପନିୟନ୍ତ୍ରିତ କୋଚ୍ (ଏଲଏସ କୋଚ୍-୨୮୧୭, ଏଲଏସସିଏନ କୋଚ୍-୨୦୨୧) ପ୍ରଦାନ କରାଯାଇଛି। ୨୦୨୬-୨୭ ବର୍ଷ ପାଇଁ, ଉତ୍ପାଦନ ଲକ୍ଷ୍ୟ ହେଉଛି ୪,୮୦୨ଟି ଏଲଏଚବି କୋଚ୍ (ଏଲଏସ କୋଚ୍-୨୬୩୮, ଏଲଏସସିଏନ କୋଚ୍-୨୧୬୪) । ଏହି ଯୋଜନାବଦ୍ଧ ଉତ୍ପାଦନର ଉଦ୍ଦେଶ୍ୟ ହେଉଛି ସୁରକ୍ଷା, ଆରାମ ଏବଂ ଟ୍ରେନ୍ ସେବାର ସାମଗ୍ରିକ ଗୁଣବତ୍ତା ବୃଦ୍ଧି କରିବା ସହିତ ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ କରିବା।ଉତ୍ସବ ଏବଂ ଋତୁକାଳୀନ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ପରିଚାଳନାର ଅଭୂତପୂର୍ବ ପଦକ୍ଷେପ ଗ୍ରହଣ କରାଯାଉଛି । ଋତୁକାଳୀନ ଏବଂ ଉତ୍ସବର ଭିଡ଼କୁ ପରିଚାଳନା କରିବା ପାଇଁ, ଭାରତୀୟ ରେଳବାଇ ୨୦୨୫ରେ ସ୍ୱତନ୍ତ୍ର ଟ୍ରେନ୍ ପରିଚାଳନାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି। ୪୩,୦୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା ରେକର୍ଡ କରାଯାଇଥିଲା, ଯେଉଁଥିରେ ମହାକୁମ୍ଭ ପାଇଁ ୧୭,୩୪୦, ହୋଲି ପାଇଁ ୧,୧୪୪, ଗ୍ରୀଷ୍ମ ସ୍ୱତନ୍ତ୍ର ଏବଂ ଛଟ୍ ପୂଜା ପାଇଁ ୧୨,୩୮୩ ଅନ୍ତର୍ଭୁକ୍ତ ଥିଲା, ଯାହା ଯାତ୍ରୀଙ୍କ ସୁଗମ ଗତିବିଧି ଏବଂ ବ୍ୟସ୍ତବହୁଳ ସମୟରେ ଉନ୍ନତ ଯାତ୍ରା ସୁବିଧା ସୁନିଶ୍ଚିତ କରିଥିଲା । ଏହି ବୃହତ କାର୍ଯ୍ୟଗୁଡ଼ିକ ଭିଡ଼ ହ୍ରାସ କରିବାରେ ସାହାଯ୍ୟ କରିଥିଲା, ଯାତ୍ରୀଙ୍କ ସୁଗମ ଯାତାୟାତକୁ ସୁନିଶ୍ଚିତ କରିଥିଲା ଏବଂ ଅତ୍ୟଧିକ ଚାହିଦା ସମୟରେ ସମୟୋଚିତ ସଂଯୋଗ ପ୍ରଦାନ କରିଥିଲା।ଭିଡ଼ ପରିଚାଳନା ଏବଂ ପ୍ରତୀକ୍ଷା ସମୟରେ ଆରାମରେ ଉନ୍ନତି ଆଣିବା ପାଇଁ ପ୍ରମୁଖ ଷ୍ଟେସନରେ ଯାତ୍ରୀ ଆତଯାତ ସ୍ଥଳର ବିକାଶ କରାଯାଇଛି । ନୂଆଦିଲ୍ଲୀ ରେଳ ଷ୍ଟେସନରେ ଯାତ୍ରୀ ସୁବିଧା କେନ୍ଦ୍ରର ସଫଳ କାର୍ଯ୍ୟକାରିତା ପରେ ଭାରତୀୟ ରେଳବାଇ ଯାତ୍ରୀ ଆତଯାତ କ୍ଷେତ୍ରର ବିକାଶ ପାଇଁ ସାରା ଦେଶରେ ୭୬ଟି ଷ୍ଟେସନ ଚିହ୍ନଟ କରିଛି। ଚାରି ମାସ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଥିବା ନୂଆଦିଲ୍ଲୀ ଆତଯାତ ଅଞ୍ଚଳରେ ପ୍ରାୟ ୭,୦୦୦ ଯାତ୍ରୀ ରହିପାରିବେ ଏବଂ ଶୌଚାଳୟ, ଟିକେଟ୍ ସୁବିଧା, ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍ ଏବଂ ମାଗଣା ଆରଓ ପାନୀୟ ଜଳ ସହିତ ପ୍ରସ୍ତୁତ ହୋଇଛି । ନୂତନ ଆତଯାତ କ୍ଷେତ୍ରଗୁଡିକ ସ୍ଥାନୀୟ ପରିସ୍ଥିତି ଉପରେ ଆଧାର କରି ମଡ୍ୟୁଲାର ଡିଜାଇନ୍ ଅନୁସରଣ ସହିତ ୨୦୨୬ ଉତ୍ସବ ଋତୁ ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।ପ୍ରକୃତ ଯାତ୍ରୀମାନଙ୍କୁ ନିଶ୍ଚିତ ଟିକେଟ୍ ମିଳିବାକୁ ଭାରତୀୟ ରେଳବାଇ ଆଧାର ଯାଞ୍ଚ ଓ ଅତ୍ୟାଧୁନିକ ପ୍ରଯୁକ୍ତି ମାଧ୍ୟମରେ ଟିକେଟିଂ ବ୍ୟବସ୍ଥାକୁ ସୁଦୃଢ଼ କରିଛି। ତତ୍କାଳ ଟିକେଟ୍ ବୁକିଂ କେବଳ ଆଧାର-ଯାଞ୍ଚ ହୋଇଥିବା ବ୍ୟବହାରକାରୀଙ୍କ ପାଇଁ ଅନୁମତି ଦିଆଯାଇଛି। ବେଆଇନ ବୁକିଂ ରୋକିବାକୁ ନଜରଦାରୀ ବଢ଼ାଯାଇଥିବାବେଳେ ୫.୭୩ କୋଟି ସନ୍ଦେହଜନକ ଓ ନିଷ୍କ୍ରିୟ ଆଇଆରସିଟିସି ବ୍ୟବହାରକାରୀ ଆକାଉଣ୍ଟକୁ ବନ୍ଦ କିମ୍ବା ସ୍ଥଗିତ କରାଯାଇ, ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ପ୍ରମୁଖ ନିବେଶ ଏବଂ ପ୍ରଯୁକ୍ତିବିଦ୍ୟା ନିୟୋଜନ ସହିତ ଯାତ୍ରୀ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯାଉଛି । ଯାତ୍ରୀ ସୁରକ୍ଷା ଏକ ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଛି, ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଆବଣ୍ଟିତ ପାଣ୍ଠିର ୮୪ ପ୍ରତିଶତ ପୂର୍ବରୁ ୨୦୨୫-୨୬ ପାଇଁ ମୋଟ ବଜେଟ୍ ସହାୟତା (ଜିବିଏସ୍) ବ୍ୟୟ ଅଧୀନରେ ବ୍ୟବହୃତ ହୋଇଛି। ରେଳ ଦୁର୍ଘଟଣା ୨୦୧୪-୧୫ରେ ୧୩୫ରୁ ୨୦୨୪-୨୫ରେ ୩୧କୁ ଏବଂ ୨୦୨୫-୨୬ରେ ୧୧କୁ (ନଭେମ୍ବର ୨୦୨୫ ପର୍ଯ୍ୟନ୍ତ) ହ୍ରାସ ପାଇଛି, ଯେତେବେଳେ କି ୨୦୦୪ରୁ ୨୦୧୪ ମଧ୍ୟରେ ଏହା ବାର୍ଷିକ ହାରାହାରି ୧୭୧ ଥିଲା। ଚଳିତ ଆର୍ଥିକ ବର୍ଷରେ ସୁରକ୍ଷା ବଜେଟ୍ ପ୍ରାୟ ତିନିଗୁଣ ବୃଦ୍ଧି ପାଇ ୧,୧୬,୪୭୦ କୋଟି ଟଙ୍କା ହୋଇଛି। କୁହୁଡ଼ି ସୁରକ୍ଷା ଉପକରଣ ୨୦୧୪ରେ ୯୦ରୁ ୨୦୨୫ରେ ୨୫,୯୩୯କୁ ବୃଦ୍ଧି ପାଇଛି। ସ୍ଥାନୀୟ ରେଳ ସଂଯୋଗକୁ ମଜବୁତ କରିବା ପାଇଁ ଅମୃତ ଭାରତ ଓ ନମୋ ଭାରତ ଏବଂ ଅଣ-ଶୀତତାପ ନିୟନ୍ତ୍ରିତ ଟ୍ରେନ୍‌ଗୁଡ଼ିକ ଚଳାଚଳ କରାଯାଉଛି। ଅମୃତ ଭାରତ ଏକ୍ସପ୍ରେସ୍ ସୁଲଭ ଭଡ଼ାରେ ସ୍ଲିପର୍ ଓ ସାଧାରଣ ବର୍ଗ ସହ ଉନ୍ନତ ଯାତ୍ରା ସୁବିଧା ପ୍ରଦାନ କରୁଛି। ୨୦୨୫ ମସିହାରେ ୧୩ଟି ଅମୃତ ଭାରତ ଟ୍ରେନ୍ ଆରମ୍ଭ ହୋଇ ମୋଟ ସଂଖ୍ୟା ୩୦କୁ ପହଞ୍ଚିଛି। ଏହାସହିତ ଭୁଜ–ଅହମ୍ମଦାବାଦ ଓ ଜୟନଗର–ପାଟନା ମଧ୍ୟରେ ଦୁଇଟି ନମୋ ଭାରତ ଟ୍ରେନ୍ ସେବା ସ୍ଥାନୀୟ ଯୋଗାଯୋଗକୁ ଆହୁରି ସୁଦୃଢ଼ କରୁଛି।ବର୍ତ୍ତମାନ, ଭାରତୀୟ ରେଳବାଇ ନେଟୱାର୍କରେ ୩୦ଟି ଅମୃତ ଭାରତ ଟ୍ରେନ୍ ସେବା କାର୍ଯ୍ୟକ୍ଷମ ରହିଛି, ଯାହା ନିମ୍ନରେ ପ୍ରଦାନ କରାଗଲା: କ୍ରମିକ ନଂTrain Number and Name115133/15134 ଛପ୍ରା-ଆନନ୍ଦ ବିହାର (ଟି) ଅମୃତ ଭାରତ ଏକ୍ସେପ୍ରେସ 215293/15294 ମୁଜାଫରପୁର-ଚାର୍ଲାପଲୀ ଅମୃତ ଭାରତ ଏକ୍ସେପ୍ରେସ319021/19022 ଉଧନା-ବ୍ରହ୍ମପୁର ଅମୃତ ଭାରତ ଏକ୍ସେପ୍ରେସ4 19623/19624 ମଦର ଜଙ୍କସନ (ଆଜମେର) – ଦରଭଙ୍ଗା ଅମୃତ ଭାରତ ଏକ୍ସେପ୍ରେସ 514628/14627 ଛେହରଟା (ଅମୃତସର) – ସାହରସା ଅମୃତ ଭାରତ ଏକ୍ସେପ୍ରେସ 616601/16602 ଇରୋଡ୍ ଜଙ୍କସନ୍‍-ଜୋଗବନି ଅମୃତ ଭାରତ ଏକ୍ସେପ୍ରେସ713697/13698 ଗୟା-ଦିଲ୍ଲୀ ଅମୃତ ଭାରତ ଏକ୍ସେପ୍ରେସ8 14048/14047 ଦିଲ୍ଲୀ-ସୀତାମଢୀ ଅମୃତ ଭାରତ ଏକ୍ସେପ୍ରେସ922361/22362 ରାଜେନ୍ଦ୍ରନଗର –ନୂଆ ଦିଲ୍ଲୀ ଅମୃତ ଭାରତ ଏକ୍ସେପ୍ରେସ10 15567/15568 ବାପୁଧାମ-ମୋତିହାରୀ- ଆନନ୍ଦ ବିହାର (ଟି) ଅମୃତ ଭାରତ ଏକ୍ସେପ୍ରେସ1115561/15562 ଦରଭଙ୍ଗା-ଗୋମତୀନଗର ଅମୃତ ଭାରତ ଏକ୍ସେପ୍ରେସ1213435/13436 ମାଲଦା ଟାଉନ-ଗୋମତୀ ନଗର ଅମୃତ ଭାରତ ଏକ୍ସେପ୍ରେସ1311015/11016 ଲୋକମାନ୍ୟ ତିଲକ (ଟି) –ସାହରସା ଅମୃତ ଭାରତ ଏକ୍ସେପ୍ରେସ1413434/13433 ମାଲଦା ଟାଉନ – ଏସଏମଭିଟି ବେଙ୍ଗାଲୁର ଅମୃତ ଭାରତ ଏକ୍ସେପ୍ରେସ 1515557/15558 ଦରଭଙ୍ଗା ଜଙ୍କସନ – ଆନନ୍ଦ ବିହାର (ଟି) ଅମୃତ ଭାରତ ଏକ୍ସେପ୍ରେସସାଧାରଣ ଯାତ୍ରୀଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଭାରତୀୟ ରେଳବାଇ ସୁଲଭ ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ କ୍ଷମତା ବଢ଼ାଇଛି। ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସହ ଷ୍ଟେସନ ସୁବିଧାରେ ମଧ୍ୟ ଉନ୍ନତି କରାଯାଇଛି। ବେଆଇନ ଟିକେଟିଂ ବିରୋଧରେ କଠୋର ପଦକ୍ଷେପ, ସୁରକ୍ଷାରେ ବୃହତ୍ ନିବେଶ ଓ ଅମୃତ ଭାରତ ଭଳି ଟ୍ରେନ୍ ପ୍ରଚଳନ ମାଧ୍ୟମରେ ରେଳବାଇ ଏକ ଆଧୁନିକ, ସମାବେଶୀ ଓ ଯାତ୍ରୀ-ପ୍ରଥମ ପରିବହନ ବ୍ୟବସ୍ଥାକୁ ଗଢ଼ି ତୋଳୁଛି।

Leave a Reply

Your email address will not be published. Required fields are marked *