ଭାରତୀୟ ରେଳବାଇ ଦ୍ୱାରା ଅଧିକ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ ।

ଭାରତୀୟ ରେଳବାଇ ଦ୍ୱାରା ଅଧିକ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ, ଭାରତୀୟ ରେଳବାଇ ଆନ୍ତଃ ଆଞ୍ଚଳିକ ସଂଯୋଗକୁ ସୁଦୃଢ଼ କରିବା ଏବଂ ପରବର୍ତ୍ତୀ ପିଢ଼ିର ଟ୍ରେନ ପ୍ରଚଳନ ମାଧ୍ୟମରେ ଯାତ୍ରୀ ଅଭିଜ୍ଞତାକୁ ବୃଦ୍ଧି କରି ରେଳ ବିକାଶକୁ ତ୍ୱରାନ୍ୱିତ କରିଛି।ଅମୃତ ଭାରତ ଏକ୍ସପ୍ରେସ୍ ଏକ ଆଧୁନିକ LHB ରେକ୍ ଟ୍ରେନ ଯାହା ଉନ୍ନତ ପୁସ୍-ପୁଲ୍ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ, ଉନ୍ନତ ବେଗ, ସୁଗମ କାର୍ଯ୍ୟ ଏବଂ ବର୍ଦ୍ଧିତ କାର୍ଯ୍ୟକ୍ଷମତା ସୁନିଶ୍ଚିତ କରେ।ଯାତ୍ରୀ ଆରାମ ଏବଂ ସୁରକ୍ଷାକୁ ଅଗ୍ରଭାଗରେ ରଖି ଡିଜାଇନ୍ କରାଯାଇଥିବା ଏହି ଟ୍ରେନରେ ଏରଗୋନୋମିକ୍ଲି ଡିଜାଇନ୍ ହୋଇଥିବା ବର୍ଥ, ଆଧୁନିକ ମଡ୍ୟୁଲାର୍ ଶୌଚାଳୟ, LED ଆଲୋକୀକରଣ, CCTV ନିରୀକ୍ଷଣ ଏବଂ ମୋବାଇଲ୍ ଚାର୍ଜିଂ ଭଳି ସୁବିଧା ଯୋଗାଇ ଦିଆଯାଇଛି। ଏହି ବୈଶିଷ୍ଟ୍ୟଗୁଡ଼ିକ ସୁଲଭ ଭଡ଼ାରେ ଏକ ଆରାମଦାୟକ ଏବଂ ବିଶ୍ୱସନୀୟ ଯାତ୍ରା ଅନୁଭୂତି ସୁନିଶ୍ଚିତ କରିବ, ବିଶେଷ କରି ନିମ୍ନ ଏବଂ ମଧ୍ୟମ ଆୟ ବର୍ଗର ଯାତ୍ରୀ ମାନେ ଏହାଦ୍ୱାରା ବିଶେଷ ଭାବରେ ଉପକୃତ ହେବେ ।ମାନ୍ୟବର ପ୍ରଧାନମନ୍ତ୍ରୀ ଆଜି ତିନୋଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନକୁ ଏକ ଉଦଘାଟନୀ ସମାରୋହରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି, ସେଗୁଡିକ ହେଲା :• ଅଲିପୁର ଦ୍ୱାର ଜଙ୍କସନ-ଏସଏମଭିଟି ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସ, ଯାହା ୧୭ ଜାନୁଆରୀ ୨୦୨୬ ରେ ୧୩:୪୫ ଘଣ୍ଟାରେ ଅଲିପୁର ଦ୍ୱାର ଜଙ୍କସନ ଛାଡି ୧୯ ଜାନୁଆରୀ ୨୦୨୬ରେ ୧୬:୫୦ ଘଣ୍ଟାରେ ଏସଏମଭିଟି ବେଙ୍ଗାଲୁରୁରେ ପହଞ୍ଚିବ;• ନ୍ୟୁ ଜଲପାଇଗୁଡ଼ି-ନାଗେରକୋଇଲ୍ ଅମୃତ ଭାରତ ଏକ୍ସପ୍ରେସ, ୧୭ ଜାନୁଆରୀ ୨୦୨୬ରେ ରଙ୍ଗପାନି ରୁ ୧୩:୪୫ ଘଣ୍ଟାରେ ଛାଡି ୧୯ ଜାନୁଆରୀ ୨୦୨୬ରେ ୧୯:୧୫ ଘଣ୍ଟାରେ ନାଗେରକୋଇଲ୍ ରେ ପହଞ୍ଚିବ; ଏବଂ• ନ୍ୟୁ ଜଲପାଇଗୁଡ଼ି-ତିରୁଚ୍ଚିରାପାଲ୍ଲୀ ଅମୃତ ଭାରତ ଏକ୍ସପ୍ରେସ, ୧୭ ଜାନୁଆରୀ ୨୦୨୬ରେ ୧୩:୪୫ ଘଣ୍ଟାରେ ନ୍ୟୁ ଜଲପାଇଗୁଡ଼ିରୁ ଛାଡିବ ଏବଂ ୧୯ ଜାନୁଆରୀ ୨୦୨୬ରେ ୧୪:୧୫ ଘଣ୍ଟାରେ ତିରୁଚ୍ଚିରାପାଲ୍ଲୀରେ ପହଞ୍ଚିବ।ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ LHB କୋଚ ସହିତ ସଜ୍ଜିତ ଦୁଇଟି ନୂତନ ଟ୍ରେନ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ:• ରାଧିକାପୁର-SMVT ବେଙ୍ଗାଲୁରୁ ଏକ୍ସପ୍ରେସ, ୧୭ ଜାନୁଆରୀ ୨୦୨୬ରେ ୧୩:୪୫ ଘଣ୍ଟାରେ ରାଧିକାପୁରରୁ ଛାଡିବ ଏବଂ ୧୯ ଜାନୁଆରୀ ୨୦୨୬ରେ ୧୫:୦୫ ଘଣ୍ଟାରେ SMVT ବେଙ୍ଗାଲୁରୁରେ ପହଞ୍ଚିବ; ଏବଂ• ବାଲୁରଘାଟ-SMVT ବେଙ୍ଗାଲୁରୁ ଏକ୍ସପ୍ରେସ, ୧୭ ଜାନୁଆରୀ ୨୦୨୬ରେ ୧୩:୪୫ ଘଣ୍ଟାରେ ବାଲୁରଘାଟରୁ ଛାଡିବ ଏବଂ ୧୯ ଜାନୁଆରୀ ୨୦୨୬ରେ ୦୯:୪୦ ଘଣ୍ଟାରେ SMVT ବେଙ୍ଗାଲୁରୁରେ ପହଞ୍ଚିବ।ଏହି ସମସ୍ତ ସେବା ପୂର୍ବ ତଟ ରେଳପଥର ଅଧିକାର କ୍ଷେତ୍ର ଅଧୀନରେ ଓଡ଼ିଶା ଦେଇ ଯିବ। ଏହି ଟ୍ରେନଗୁଡ଼ିକର ନିୟମିତ ପରିଚାଳନା ସମୟସୂଚୀ ପୃଥକ ଭାବରେ ସୂଚିତ କରାଯିବ।ଉଲ୍ଲେଖଯୋଗ୍ୟ, ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ସମେତ ରାଜ୍ୟରେ ପୂର୍ବରୁ ଚାଲୁଥିବା ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ସେବା ଦ୍ୱାରା ଓଡ଼ିଶା ଲାଭବାନ ହେଉଛି।ଏହି ଟ୍ରେନଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିବା ପୁଣିଥରେ ଆଧୁନିକ ରେଳ ଭିତ୍ତିଭୂମି, ନିରବଚ୍ଛିନ୍ନ ସଂଯୋଗ ଏବଂ ଜାତୀୟ ସଂହତି ଉପରେ ଭାରତ ସରକାରଙ୍କ ଅତୁଟ ଧ୍ୟାନକୁ ଦର୍ଶାଉଛି, ଯେଉଁଥିରେ ଭାରତୀୟ ରେଳବାଇ ଦେଶର ଜୀବନରେଖା ଭାବରେ କାର୍ଯ୍ୟ ଜାରି ରଖିଛି।

Leave a Reply

Your email address will not be published. Required fields are marked *