ଇନ୍ଦିରାଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳିତ

ହିଞ୍ଜିଳିକାଟୁ , ହିଞ୍ଜିଳି କଂଗ୍ରେସ ପକ୍ଷରୁ ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ହିଞ୍ଜିଳି କଂଗ୍ରେସ ଦଳ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢିଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଏକତ୍ରିତ ହେବା ପରେ ପରିବା ବଜାର ସ୍ଥିତ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧା ସୁମନ ଜଣାଇବା ସହ ସ୍ମୃତିଚାରଣ କରିଥିଲେ। ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳ ସମୟରେ କରାଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଆଗାମୀ ଦିନରେ କଂଗ୍ରେସ ପୁଣିଥରେ ରାଜ୍ୟରେ ଶାସନଭାର ଗ୍ରହଣ କରିବାକୁ ଯାଉଛି ବୋଲି ଶ୍ରୀ ପାଢି ଦୃଢୋକ୍ତି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ନଗର ସଭାପତି ସୁନାରାମ ସାବତ, ରବିନ୍ଦ୍ର ବୈଠାରୁ, ଟୁନା ପାଢି, ବେଣୁଧର ବିଷୋୟୀ, ସୁଶିଳା ମାଳା, ବନମାଳୀ ସାମଲ, ଅରୁଣ ପ୍ରଧାନଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।ରିପୋର୍ଟ -ସୁରେନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି।

Leave a Reply

Your email address will not be published. Required fields are marked *