ଉଦଳା ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ର ପ୍ରତିଷ୍ଠାତ
ଉଦଳା ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ର ପ୍ରତିଷ୍ଠାତଙ୍କ ବିୟୋଗ ରେ କଲେଜ ରେ ଶୋକ ସଭା -ଉଦଳା ତା ୨0/୧୧ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଥିବା ଏକମାତ୍ର ମହିଳା ମହାବିଦ୍ୟାଳୟ ହେଉଛି ଇ ନ୍ଦି ରା ଗାନ୍ଧୀ ମହିଳା ମହାବିଦ୍ୟାଳୟ l ଏହି ମହାବିଦ୍ୟାଳୟ ର ପ୍ରତିଷ୍ଠାତା ଉଦଳା ର ସୁନାମଧନ୍ୟ ଜୟ ଚନ୍ଦ୍ର ପତ୍ରି l ଗତ କାଲି ଜୟ ଚନ୍ଦ୍ର ପତ୍ରି ଙ୍କ ବିୟୋଗ ହୋଇଯାଇଛି l ତାଙ୍କର ବିୟୋଗ ରେ ଉଦଳା ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ପରିସର ରେ ମହାବିଦ୍ୟାଳୟ ର ଅଧକ୍ଷ୍ୟ ଶ୍ରୀଯୁକ୍ତ ଶଶୀ ଭୂଷଣ ପାଣିଗ୍ରାହୀ ଙ୍କ ଅଧକ୍ଷ୍ୟତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି l ମହାବିଦ୍ୟାଳୟ ର ବରିଷ୍ଠ କର୍ମଚାରୀ ଶ୍ରୀମାନ କ୍ଷୀରୋଦ ରଞ୍ଜନ ମହାନ୍ତି ଦୀପାଙ୍ଗତ ଜୟନନା ଙ୍କ ଉଦଳା ଗଠନ ର ଭୂମିକା ଓ ଏହାର ବିକାଶ ର ସ୍ବପ୍ନ ବିଷୟ ରେ ଆଲୋକପାତ କରିଥିଲେ l ତାଙ୍କର ସେବା ପଣିଆ ଶ୍ରୀ ମହାନ୍ତି ବର୍ଣନା କରୁଥିବା ସମୟରେ ସେ ନିଜେ ଭାବ ବିହ୍ଵଳ ହୋଇଉଠୁଥିଲେ l ଛଳ ଛଳ ଅଶ୍ରୁଳ ନୟାନରେ ଅନେକ କଥା ଯଦିଓ କହିବାକୁ ଇଚ୍ଛା ପ୍ରକାଶ କରୁ ଥିଲେ ମାତ୍ର ଦୁଃଖ ରେ ସବୁକଥା ଅଧୁରା ହୋଇ ରହିଗଲା l ବାସ୍ତବିକ ଏମିତି ମଣିଷ ମରି ମଧ୍ୟ ମରଣ ଜୟୀ l ମହାବିଦ୍ୟାଳୟ ର ଅଧ୍ୟାପିକା ମଞ୍ଜୁଳା କଲିଆ, ଅଧ୍ୟାପକ ରବି ନାରାୟଣ ମହାପାତ୍ର , ବରିଷ୍ଠ କର୍ମଚାରୀ ଖଂଜୁମଣୀ ବେହେରା ଏଥିରେ ଅଂଶ ଗ୍ରହଣ କରିଥିବା ବେଳେ ମହାବିଦ୍ୟାଳୟ ର ଛାତ୍ରୀ ମାନେ ଉପସ୍ଥିତଥିଲେ l
