ବ୍ରହ୍ମ ଜଗନ୍ନାଥ ମିଶନ ପକ୍ଷରୁ ଶିଳ୍ପ ମନ୍ତ୍ରୀ ଇନ୍ଦ୍ରଦ୍ୟୁମ୍ନ ସମ୍ମାନରେ ସମ୍ମାନିତ

କୁଜଙ୍ଗ-୭/୭-କୁଜଙ୍ଗ ବ୍ଲକର ତାଳଦଣ୍ଡାଠାରେ ଅନୁଷ୍ଠିତ ଭଜନ ସଂଧ୍ୟାରେ ରାଜ୍ୟ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସଂପଦ ସ୍ବାଇଁଙ୍କୁ ଇନ୍ଦ୍ରଦ୍ୟୁମ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ମିଶନର ସଂସ୍ଥାପକ କ୍ୟାପଟେନ ସଞ୍ଜୀବ କୁମାର ମୁଦୁଲିଙ୍କୁ ଇନ୍ଦ୍ରଦ୍ୟୁମ୍ନ ଉପାଧିରେ ଭୂଷିତ କରାଯାଇଥିଲା। ପ୍ରାର୍ଥନା ଚ୍ୟାନେଲର ଉପସ୍ଥାପକ ଅଭିନନ୍ଦନ ଦାସ ଏବଂ ତାଙ୍କର ସାଥି କଳାକାରମାନଙ୍କୁ ବିଶେଷ ରୂପେ ସମ୍ବର୍ଦ୍ଧିତ କରାଯିବା ସହ ସ୍ୱନାମଧନ୍ୟ ସାହିତ୍ୟିକ, ସୈନିକ,କୃଷକ, ଚିକିତ୍ସକ ଏବଂ ସାମ୍ବାଦିକଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ବାରିକ, ପ୍ରମୋଦ ମଲ୍ଲିକ, ସାରଦା ପ୍ରସନ୍ନ ପରିଜା, ଜଗନ୍ନାଥ ସାହୁଙ୍କୁ ସରିତା ସାମ୍ବାଦିକ ସମ୍ମାନରେ ରାଜ୍ୟ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସଂପଦ ସ୍ବାଇଁ ସମ୍ମାନିତ କରିଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ବାଇଁ ବ୍ରହ୍ମ ଜଗନ୍ନାଥ ମିଶନର ଆୟୋଜିତ ଘୋଷଯାତ୍ରାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଭା ସମ୍ମାନର ଉଚ୍ଚ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *