ଗ୍ରାମୀଣ ଶିଳ୍ପଉଦ୍ୟାନକୁ ଉଦଘାଟନ କଲେ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ଵାଇଁ।

ଗ୍ରାମୀଣ ଶିଳ୍ପଉଦ୍ୟାନକୁ ଉଦଘାଟନ କଲେ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ଵାଇଁ।ଦିର୍ଘଦିନ ଅପେକ୍ଷା ର ଅନ୍ତଘଟିଲା।ଉପକୃତ ହେବେ ବହୁ ଏସଏଚଜି ମହିଳା।ରଘୁନାଥପୁର ତା୧୪/୧:-ରଘୁନାଥପୁର ବ୍ଲକ ଅଧିନ ଖଣ୍ଡତରୀ ନିକଟରେଥିବା ଗ୍ରାମୀଣ ଶିଳ୍ପଉଦ୍ୟାନକୁ ବୁଧବାର ଅପରାହ୍ନ ରେ ଉଦଘାଟନ କରାଯାଇଛି।ଏହି ଅବସରରେ ଓଡିଶା ଶିଳ୍ପ ମନ୍ସୀ ସମ୍ପଦ ଚରଣ ସ୍ବାଇଁ ଯୋଗଦେଇ ଫିତାକାଟି ଆନୁଷ୍ଠାନିକଭାବେ ଏହାକୁ ଉଦଘଟନକରିବାସହ ନିଜବକ୍ତବ୍ୟରେ କହିଥିଲେ ମହିଳା ମାନଙ୍କୁ ସ୍ଵାବଲମ୍ବୀ କରିବାରେ ସରକାର ଅହରହଚେଷ୍ଟା ଜାରିରଖିଥିବାବେଳେ ସେମାନଙ୍କ ଉନ୍ନତି ପାଇଁ ସରକାର ଆଉପାଦେ ଆଗକୁଯାଇ ଏହି ଗ୍ରାମୀଣ ଶିଳ୍ପ ଉଦ୍ୟାନକୁ ମହିଳାମାନଙ୍କ ଉଦେଶ୍ୟ ସମ୍ପର୍ପଣ କରିଛନ୍ତି।ଏଥିରେ ଅନ୍ୟତମ ଅତିଥି ଭାବେ ଜଗତସିଂପୁର ସାଂସଦ ବିଭୂପ୍ରସାଦ ତରାଇ,ତିର୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ରବିନାରାୟଣ ଜେଠୀ,ବିଡ଼ିଓ ବିରଞ୍ଚି ନାରାୟଣ ବେହେରା,ଜିଲ୍ଲାପରିଷଦ ରୀନାରାଣୀ ମଲ୍ଲିକ,ଇତିଶ୍ରୀ ମଲ୍ଲିକ,ତାରପୁର ସରପଞ୍ଚ ସୁଷମା ମଲ୍ଲିକ,ସମିତିସଭ୍ୟା ପୂଜାଲତା ଦାସ,ଛପଡା ସରପଞ୍ଚ ଅମିତା ଖୁଣ୍ଟିଆ,ସମିତି ସଭ୍ୟ ରଂଞନ ସ୍ଵାଇଁ,ଜିଲ୍ଲା ଓରମାସର ମଧୁସ୍ମିତା ସାହୁ,ଆକାଉଣ୍ଟ ଅଫିସର ପ୍ରଭାତ ଦାସ ପ୍ରମୁଖ ଯୋଗଦେଇ ଥିଲେ।ଅନ୍ୟମାନଙ୍କ ମଧ୍ୟରେ ତିର୍ତୋଲ ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ବେହେରା,ଓବିସି ମୋର୍ଚାର ସୁବୋଧ ବାରିକ,ବିଜେପି ଜିଲ୍ଲା ଉପସଭାପତି ସୁବାଷ ଜେନା,ବିଜେପି ଯୁବନେତା

ଅଶୋକ ମହାରଣା,ସୁକାନ୍ତ କୁମାର ସ୍ବାଇଁ,ବଳରାମ ଦଳାଇ,ମଣ୍ଡଳ ସଭାପତି ବନୋଜ ନାୟକ,ସ୍ବରାଜ ସାମଲ,ଗଣେଶ୍ୱର ସାହୁ,ବିଜେଡି ନେତା ଅନ୍ତର୍ଯ୍ୟାମୀ ରାଉତ,ପ୍ରକାଶ ମଲ୍ଲିକ,ଦିଲିପ ପଣ୍ଡା,ପ୍ରମୁଖ ଉପସ୍ଥିତ ଥିଲେ।ପ୍ରଶାସନିକନ ଅଧିକାରୀ ଭାବେ ରଘୁନାଥପୁର ତହସିଲଦାର ରାଜଲକ୍ଷ୍ମୀ ନାୟକ,ଆଇଆଇସି ସୁଶାନ୍ତ କୁମାର ସେଠି,ଏସଆଇ ଯୋଗେଶ ଚନ୍ଦ୍ର ବେହେରା ସଦଳବଳେ ଉପସ୍ଥିତ ରହି ଆଇଶୣଙ୍ଖଳା ଉପରେ ଧ୍ୟାନଦେଇଥିଲେ।ରଘୁନାଥପୁର ବ୍ଲକ ସିଡିପିଓ ତୣପ୍ତିମୟୀ ମହାନ୍ତି,ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଚିସ୍ମୀତା ବେହେରା, ମିଶନଶକ୍ତିର ଶଶାଙ୍କ ଶେଖର ସ୍ଵାଇଁ,ଲିପିକା ଶଡଙ୍ଗୀ,ଭବେଷ ଚନ୍ଦ୍ର ବେହେରା,ଯନ୍ତ୍ରୀ ସୁଜାତା ନାୟକ, ଯନ୍ତ୍ରୀ ସୁବାଷ ଚନ୍ଦ୍ର ପୣଷ୍ଟି ଓ ବ୍ଲକର ସମସ୍ତ କର୍ମଚାରୀ ମାନେ ସହଯୋଗ ପ୍ରଦାନ କରିଥିଲେ।ଏଥିରେ ଏସଏଚଜି ମହିଳା ମାନେ ଯୋଗଦେଇ ହସ୍ତତନ୍ତ୍ର ଜିନିଷ ର ବିଭିନ୍ନ ଷ୍ଟଲ ଲଗାଇବାସହ କାଫେରେ ବିଭିନ୍ନ ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରିଥିଲେ।ଏହାକୁ ମନ୍ତ୍ରୀ ବୁଲି ଦେଖିଥିଲେ।ଏହି ଗ୍ରାମୀଣ ଶିଳ୍ପ ଉଦ୍ୟାନ ମାଧ୍ୟମରେ କାଫେରେ ବହୁ ଏସଏଚଜି ମହିଳା ଓ ବିଭିନ୍ନ ହସ୍ତତନ୍ତ୍ର ଶିଳ୍ପ କୁ ଏଠାରେ ଷ୍ଟଲମାଧ୍ୟମରେ ବିକ୍ରି କରି ପ୍ରାୟ ୨୦୦ ଶହରୁ ଅଧିକ ମହିଳା ସ୍ଵାବଲମ୍ବୀ ହୋଇପାରିବେ ବୋଲି ଜିଲ୍ଲା ଓରମାସର ଶ୍ରୀମତୀ ସାହୁ ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ବହୁ ବିଜେପି ଓ ବିଜେଡି କର୍ମୀ ମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *