ବିଦୁତ୍ ତାର ଲାଗି ଯୁବକ ଆହତ ଅବସ୍ଥା ସଙ୍କଟାପନ୍ନ

ଗଞ୍ଜାମ ଜିଲ୍ଲା ସୋରଡ଼ା ସ୍ଥିତ ଗଣିଛକ ନିକଟରେ ଘର କାମ କରୁଥିବା ବେଳେ 11 କେବି ତାର ରେ ଲୁହା ଖାଡି ଲାଗି ଯୁବକ ଗୁରୁତର। ଗୁରୁତର ହୋଇଥିବା ଯୁବକ ଜଣକ ହେଲେ ସୋରଡ଼ା ଘାଇ ସାହିର ପୁନିଆ ନାୟକ ବୟସ 28 ।ସୂଚନା ମୁତାବକ ପୁନିଆ ଜଣେ ରାଜମିସ୍ତ୍ରୀ ହୋଇଥିବାରୁ ଗୋଟିଏ ଘର କାମ କରୁଥିଲେ ସେଥିରେ ଖାଡ଼ି କାଟି କାମ କରୁଥିବା ବେଳେ ଉପରେ ଯାଇଥିବା 11 କେବି ତାର ରେ ଖାଡୀ ଟି ଲାଗିଯାଇଥିଲା ଯାହା ଫଳରେ ସେ ଦୁଇ ମହଲା ଉପରୁ ତଳକୁ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକେ ଦେଖି ତାଙ୍କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।

ଗଞ୍ଜାମ ଜିଲ୍ଲା ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *