ଲୁଇପା ଡିଗ୍ରୀ ମହାବିଦ୍ୟାଳୟ ରେ ଇନୋଭେସନ ଓ ଷ୍ଟାର୍ଟ ଅପ କାର୍ଯ୍ୟକ୍ରମ।
ଉଦଳା, 31/୦୩- ଲୁଇପା ଡିଗ୍ରୀ ମହାବିଦ୍ୟାଳୟ, ରାଢୋ, ମୟୂରଭଞ୍ଜ ରେ ଇନୋଭେସନ ଓ ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଗୌରାଙ୍ଗ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉଦ୍ୟୋଗପତି ଶୁଭ୍ରାଂଶୁ ବେହେରା ଯୋଗ ଦେଇ ଆତ୍ମ ନିର୍ଭରଶୀଳ ଭାରତ ଓ ଯୁବପିଢ଼ି ସମ୍ପର୍କରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଆତ୍ମନିର୍ଭରଶୀଳ ଭାରତ ଓ ଶିଳ୍ପାୟନ ରେ ନବ ପ୍ରବର୍ତ୍ତନ ଓ ଷ୍ଟାର୍ଟ ଅପ୍ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଦୀପ୍ତିମାନ ଦେ, ଦୀପକ ବେହେରା, ସୁବାଷ କୁମାର ନାୟକ, ଅଧ୍ୟାପିକା ଶୁଭଶ୍ରୀ ବେହେରା, ସୁଚେତା ମହାପାତ୍ର, ଭାରତୀ ଗିଡି, ସୁଚିତ୍ରା ମହାପାତ୍ର, ଗୀତିକା ଜେନା, ମଧୁସ୍ମିତା ପାତ୍ର ଓ ଜ୍ୟୋତିଷ ମାଝୀ ଯୋଗ ଦେଇ ନିଜ ନିଜର ମତାମତ ପୋଷଣ କରିଥିଲେ। ନୂତନତ୍ବ ଚିନ୍ତାଧାରା ଓ ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନେ କିପରି ନିଜର ଦକ୍ଷତା ପ୍ରଦର୍ଶନ କରିବା ସହିତ ଆଗାମୀ ଦିନରେ ସ୍ୱାବଲମ୍ବୀ ହୋଇପାରିବେ ସେ ନେଇ ଉପସ୍ଥିତି ଅତିଥି ମାନେ ମତପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନେ ନିଜ ନିଜର ନବ ସୃଜନତା ଓ ଷ୍ଟାର୍ଟ ଅପ୍ ମାଧ୍ୟମରେ ବିଭିନ୍ନ ପ୍ରକାର ଜଙ୍ଗଲ ଜାତ ଦ୍ରବ୍ୟ ଓ ସ୍ୱଦେଶୀ ନିର୍ମିତ ସାମଗ୍ରୀ ମାନ ପ୍ରଦର୍ଶନ କରିଥିଲେ। ଅଧ୍ୟାପକ ଅରବିନ୍ଦ ସେଠି ଉକ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିବା ସହିତ ସମସ୍ତ ଶିକ୍ଷା ଓ ଅଣ ଶିକ୍ଷା କର୍ମଚାରୀ ମାନେ ଯୋଗ ଦେଇଥିଲେ।
