ଗାଁ ର ସଭ୍ୟତା ବଞ୍ଚାଇ ରଖିବା ପାଇଁ ଅଭିନବ ପ୍ରୟାସ

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ନାଲିବାର ଦେଉଳିସାହି ଗ୍ରାମରେ ଆମ ଗାଁ ଆମ ସାହିତ୍ୟ ସଂସଦ ର ପଞ୍ଚଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଅଲେଖ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଦାଶ ବେନହୁର, ବରିଷ୍ଠ ସାହିତ୍ୟିକ ଡ଼ଃ ବାବାଜୀ ଚରଣ ପଟ୍ଟନାୟକ, ଅନୁଷ୍ଠାନ ର ସଭାପତି ପ୍ରଭାତ କୁମାର ନନ୍ଦ, ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ସାହିତ୍ୟ କୁ ବଞ୍ଚାଇ ରଖିବା ପାଇଁ ଆମ ଗାଁ ସାହିତ୍ୟ ସଂସଦର ଲକ୍ଷ ବୋଲି କୁହାଯାଇଛି । ଦୀର୍ଘ 15 ବର୍ଷ ଦେଵ ଏହି ଅନୁଷ୍ଠାନ ଗଢି ଉଠିଥିବା ବେଳେ ଅନେକ କବି, ଲେଖକ ଓ ସାହିତ୍ୟିକ ସୃଷ୍ଟି କରି ପାରିଛି । ତେବେ ଆଜିର ଏହି କାର୍ଯ୍ୟକ୍ରମ ରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ସାହିତ୍ୟ ଓ ଭାଷା କୁ ବଞ୍ଚାଇ ରଖିବା ସହିତ ଗାଁ ହେଉଛି ଭାଷାର ଆତ୍ମା ବୋଲି ଅତିଥି ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *