ନବରଙ୍ଗପୁର ଜିଲ୍ଲା ଠାରେ କାର୍ଯ୍ୟରତ ଇନ୍ସପେକ୍ଟର ଖଗେଶ୍ୱର ଖୋସଲା ନିର୍ବାଚିତ

ନବରଙ୍ଗପୁର, ତା: ୧୬.୦୫.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଇନ୍ସପେକ୍ଟର ଶ୍ରୀ ଖଗେଶ୍ୱର ଖୋସଲା ଓଡିଶା ରାଜ୍ୟ ପୋଲିସ୍ ମହାସଂଘର ସହ ସମ୍ପାଦକ ନିର୍ବାଚିତ ହୋଇଛନ୍ତି. ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ପୋଲିସ ଭାବେ ଓଡିଶା ପୋଲିସ ମହାସଂଘ ର ସହ ସମ୍ପାଦକ ଭାବେ ନିର୍ବାଚିତ ହେବା ଯୋଗୁଁ ଏହି ବିଭାଗ ସହ ବଂଧୁ ପରିଜନ, ସହକର୍ମୀ ତଥା ଏହି ଅଂଚଳ ରେ ଖୁସିର ଲହରୀ ଖେଳି ଯାଇଛି ଓ ବିଭିନ୍ନ ମହଲରୁ ଶୁବେଛl ପ୍ରଦାନ କରାଯାଇଛି, ନବରଙ୍ଗପୁର ଜିଲ୍ଲା ଓ ୟୁ ଡବ୍ଲୁ ଜେ ସାମ୍ବାଦିକ ସଂଙ୍ଘ ଏହି ବିଷୟ ଜାଣିବା ପରେ ଶ୍ରୀ ଖୋସଲାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିବାବେଳେ ଶ୍ରୀ ଖଗେଶ୍ୱର ଖୋସଲା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ଲୋକଙ୍କ ସେବା ଜାରୀ ରଖିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରିଛନ୍ତି !

ନବରଙ୍ଗପୁର ରୁ ସରୋଜ କୁମାର ମହାଙ୍କୁଡ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *