ହିଞ୍ଜିଳି ବିଦ୍ୟୁତ ବିଭାଗର ଦୁର୍ଗାପୂଜା ଶୁଭଖୁଣ୍ଟି ସ୍ଥାପନା ଓ ମାଁ ଦୁର୍ଗାଙ୍କୁ ନିମନ୍ତ୍ରଣ ।
ହିଞ୍ଜିଳିକାଟୁ :୨୦/୦୯ ଶ୍ରୀମାଁ ଦୁର୍ଗାଙ୍କ ଦୁର୍ଗାପୂଜା ଉପଲକ୍ଷେ ବିଦ୍ୟୁତ ବିଭାଗୀୟ କର୍ମଚାରୀଙ୍କ ପକ୍ଷରୁ ଶୁଭଖୁଣ୍ଟି ସ୍ଥାପନା କରାଯାଇଛି । ରୀତିନୀତି ଅନୁଯାୟୀ ମାଁ କୁ ମନ୍ଦିରକୁ ଯାଇ ନିମନ୍ତ୍ରଣ କରାଯାଇଛି । ପୂଜାମଣ୍ଡପର ସମସ୍ତ ପୂଜାକାର୍ଯ୍ୟ ପଣ୍ଡିତ ଶ୍ରୀ ଶରତ ଚନ୍ଦ୍ର ଷଡ଼ଙ୍ଗୀଙ୍କ ତତ୍ବବଧାନରେ ସମ୍ପାଦିତ ହୋଇଥିଲା । ଆଶ୍ବୀନମାସର ତ୍ରୟୋଦଶୀ ତିଥିର ସନ୍ଧ୍ୟା ସମୟରେ ହିଞ୍ଜିଳି କନକ ଦୁର୍ଗା ମନ୍ଦିରରୁ ମାଁ ଦୁର୍ଗାଙ୍କୁ ବିଭାଗୀୟ କର୍ମଚାରୀ ମାନେ ପୂଜାର୍ଚ୍ଚନା କରି ଆଜ୍ଞାମାଳ ନେଇଥିଲେ। ସମସ୍ତ ବିଦ୍ୟୁତ କର୍ମଚାରୀଙ୍କ ଗହଣରେ ସହକାରୀ ଯନ୍ତ୍ରୀ ସୁନୀଳ ସ୍ବାଇଁ

ଚଳିତ ବର୍ଷର କର୍ତ୍ତା ରହିଥିଲେ ।ମନ୍ଦିରରେ ପୂଜାର୍ଚ୍ଚନା କରି ନିମନ୍ତ୍ରଣ କରାଯାଇଥିଲା ।ନିର୍ବୀହୀଯନ୍ତ୍ରୀ ଗୋପାଳ କୃଷ୍ଣ ପଣ୍ଡା ବିଦ୍ୟୁତ ପରିଚାଳନା ବେଳେ ହିଞ୍ଜିଳି ଯନ୍ତ୍ରୀ ସମ୍ବିତ ସାମଲ , ସନ୍ଦିପ ସିଲାଭିତ ,ଯନ୍ତ୍ରୀ ବିଘରାଜ ଦାସ ,ଲାଇନମେନ ସଞ୍ଜୟ କୁମାର ତ୍ରିପାଠୀ ଅକ୍ଷୟ କୁମାର ମିଶ୍ର ,ଲାଇନମେନ ଦିଲ୍ଲେଶ୍ବର ରାଓ, କୋଷାଧ୍ୟକ୍ଷ ବିଚିତ୍ର ନନ୍ଦ ଦୋରା , ସୁପରଭାଇଜର ସଚିତ୍ର ସାହୁ , କନିଷ୍ଠ ଯନ୍ତ୍ରୀ ତଥା ଭିଜିଲାନ୍ସ ବିଭାଗର ଶ୍ରୀକାନ୍ତ ମହାନ୍ତିଙ୍କ ପ୍ରମୁଖ ସମସ୍ତ ବିଦ୍ଯୁତ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହି ମାଁ ଦୁର୍ଗାଙ୍କୁ ନିମନ୍ତ୍ରଣ ସହ ଶୁଭଖୁଣ୍ଟି ସ୍ଥାପନା କରାଯାଇଛି ।
