ବ୍ରାହ୍ମଣୀଗାଁ ମନ୍ଦିର ପ୍ରତିଷ୍ଠା ତୃତୀୟ ଦିନରେ ରତ୍ନମୁଦ ସ୍ଥାପନ ।

ଦାରିଙ୍ଗିବାଡି,କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଠାରେ ବାବା ଶ୍ରୀମୁକ୍ତେଶ୍ଵର ଙ୍କ ଭବ୍ୟମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଗତ ୧୯ ତାରିଖ ଠାରୁ ଆରମ୍ଭ ହୋଇଛି । ପୁରୋହିତ ଦଣ୍ଡପାଣି ତ୍ରିପାଠୀ ଶର୍ମା ଙ୍କ ପୌରହିତ୍ୟ ରେ ପଣ୍ଡିତ ସିମାଞ୍ଚଳ ଦାସ ପ୍ରଚାରକ ଙ୍କ ନେତୃତ୍ୱରେ ଯଜ୍ଞକାର୍ଯ୍ୟ ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲୁ ରହିଛି । ବୈଦିକରୀତି କାନ୍ତିଅନୁସାରେ ଅଷ୍ଟଧାତୁ,ନବଶସ୍ୟ ସ୍ଥାପନ କରାଯାଇଅଛି । ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ୧୦୮ ଦୀପ ପ୍ରଦାନ କରାଯାଇଅଛି । ପ୍ରାୟ ୧୫ ଜଣ ବ୍ରାହ୍ମଣ ପଣ୍ଡିତ ପୂଜାରୀ ମାନେ ଯୋଗଦେଇ ପୂଜା ଅର୍ଚ୍ଚନା ଜାରିରଖିଥିବା ବେଳେ ଶନିବାର ଦିନ ଦେବତାଙ୍କ ମହାସ୍ନାନ, ଶୟନୋତ୍ସବ, ରତ୍ନମୁଦ, ମହ।ରୁଦ୍ରଭି ଶେକ, କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *