ଅସୁରକ୍ଷିତ କୋଠାରେ ଚାଲିଛି ସମନ୍ଵିତ ଶିଶୁ ବିକାଶ ସେବା

ଗଣିଆ – ବିଭାଗୀୟ କାର୍ଯ୍ୟାଳୟ ଗୁଡିକୁ ସରସ ସୁନ୍ଦର କରିବା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କେଉଁଠି ନୂଆ ଗୃହ ନିର୍ମାଣ ହେଉଛି ତ ଆଉ କେଉଁଠି ରଙ୍ଗ ମାରି ଚକାଚକ କରାଯାଉଛି । ଅନାବଶ୍ୟକ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଗୃହ ଗୁଡିକ ବ୍ୟବହୃତ ନହୋଇ ଖତ ଖାଉଛି । କିନ୍ତୁ ଆବଶ୍ୟକ ସ୍ଥାନରେ ଅସୁରକ୍ଷିତ ଭଙ୍ଗା ଦଦରା ଘରେ ଚାଲିଛି କାର୍ଯ୍ୟାଳୟ । ଗଣିଆ ବ୍ଳକ ସମନ୍ଵିତ ଶିଶୁ ବିକାଶ ସେବା କାର୍ଯ୍ୟାଳୟ କଥା ନକହିବା ଭଲ । କମ୍ପୁଟର ରୁମରେ ଡାଟା ଏଣ୍ଟ୍ରି ଅପରେଟର ବସୁଥିବା ଘରର ଛାତରୁ ସିମେଣ୍ଟ ଛେଲା ଖସୁଥିବା ଦେଖିବାକୁ ମିଳିଛି । ଛାତରୁ ସିମେଣ୍ଟ ଖସି ଛଡ ଦେଖାଗଲାଣି । ନିଜେ ସିଡିପିଓ ବସୁଥିବା କାର୍ଯ୍ୟାଳୟ ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି । କେତେବେଳେ ଯେ ସିମେଣ୍ଟ ଛେଲା କାହା ଉପରେ ପଡି କିଛି ଅଘଟଣ ନଘଟିବ କହି ହେବ ନାହିଁ । ସେହି ଅସୁରକ୍ଷିତ ଘରେ ଦୟନୀୟ ଅବସ୍ଥାରେ ବିଭାଗ ଚାଲୁଥିଲେ ମଧ୍ୟ ଏଥିପ୍ରତି କେହି ବି ଦୃଷ୍ଟି ଦେଉନାହାନ୍ତି । ସମନ୍ଵିତ ଶିଶୁ ବିକାଶ ଯୋଜନାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ ଅନେକ ସମୟରେ ଏଠାରେ ସଭା ସମିତି ମଧ୍ୟ କରୁଛନ୍ତି । ତେବେ ଉଚ୍ଚ କତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *